୧୦୫ ଛାତ୍ରଛାତ୍ରୀଙ୍କୁ ୨ ଶିକ୍ଷକ

ବାଙ୍କୀ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ସରକାରଙ୍କ ବିଭିନ୍ନ ବ୍ୟବସ୍ଥା । କୋଟି କୋଟି ଟଙ୍କା ବେୟବରାଦରେ ବିଦ୍ୟାଳୟ ଗୁଡିକୁ ରୂପାନ୍ତିକରଣ କରାଯାଉଛି । ହେଲେ ବିଦ୍ୟାଳୟରେ ରହିଛି ଶିକ୍ଷକଙ୍କ ଅଭାବ । ଯେଉଁଥିପାଇଁ ଅବିଭାବକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ। ଆସନ୍ତୁ ଦେଖିବା

ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ । ଦୁଇ ଜଣ ଶିକ୍ଷକଙ୍କୁ ନେଇ ଚାଲିଛି ପାଠ ପଢ଼ା । ଏ କେଉଁ ଉପାନ୍ତ ଅଞ୍ଚଳ ନୁହେଁ । ଆମେ କହୁଛୁ କଟକ ଜିଲ୍ଲା ବାଙ୍କୀ ଗୋପାଳପୁର ପଂଚାୟତର ଶ୍ରୀ ସିଂହନାଥ ଦେବ ବିଦ୍ୟାପୀଠର ବାସ୍ତବ ଚିତ୍ର । ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ଅଧ୍ୟୟନ ବ୍ୟବସ୍ତା ରହିଥିବାବେଳେ ୧୦୫ ଜଣ ଛାତ୍ରଛାତ୍ରୀ ଏଠି ପାଠ ପଢନ୍ତି । ଆଉ ପାଠ ପଢ଼ାଇବା ପାଇଁ ୨ ଜଣ ଶିକ୍ଷକ ରହିଛନ୍ତି । ଜଣେ ପ୍ରଧାନ ଶିକ୍ଷକ ଭାବେ ଦାଇତ୍ୱ ତୁଲାଉଥିବା ବେଳେ ଆଉ ଜଣେ ସଂସ୍କୃତ ଶିକ୍ଷକ । ଯେଉଁଥିପାଇଁ  ଅବିଭାବକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  

ସେପଟେ ୨ ଜଣ ଶିକ୍ଷକରେ ପାଠ ପଢ଼ାଇବା କଷ୍ଟକର ହେଉଥିବା ପ୍ରଧାନ ଶିକ୍ଷକ ସ୍ୱିକାର କରିଛନ୍ତି । ଯଥାଶୀଘ୍ର ଶିକ୍ଷାନୁଷ୍ଠାନରେ ଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନି। ଯଦି ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏଠି ଯଥାଶୀଘ୍ର ଶିକ୍ଷକ ଯୋଗାଇ ଦିଆ ନଯାଏ ତେବେ ଆନ୍ଦୋଳନର ପନ୍ଥା ଆପଣେଇବେ ବୋଲି ଚେତାବନୀ ଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *