ଚାଉଳ ରାଜନୀତି: କେନ୍ଦ୍ର ୮୪୦୦ କୋଟି, ରାଜ୍ୟ୧୮୫ କୋଟି

() କେନ୍ଦ୍ର ପରେ ପରେ ରାଜ୍ୟ ସରକାର ଘୋଷଣା କଲେ ମାଗଣା ଚାଉଳ । ଆଉ ଏହାରି ପରେ ଆରମ୍ଭ ହୋଇଗଲା ଶ୍ରେୟ ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବର୍ଷକୁ ଚାଉଳ ବାବଦକୁ କେନ୍ଦ୍ର ୮୪୦୦ କୋଟି ଦେଉଥିବା ବେଳେ ରାଜ୍ୟ ନିଜ ସ୍କିମରେ ମାତ୍ର ୧୮୫ କୋଟି ଦେଉଛନ୍ତି। ତାହଲେ କିଏ ଲୋକଙ୍କ ସହ ଅଛି ବୋଲି ପ୍ରଶ୍ନ କରିଛନ୍ତି । ସଂଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ଓ ରାଜ୍ୟରେ ଶାସନ ଚାଲେ କହି କେନ୍ଦ୍ରମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇଛି ବିଜେଡି । ସେପଟେ ମାଗଣା ଚାଉଳକୁ ନେଇ ଚାଲିଥିବା ଆରୋପ ପ୍ରତ୍ୟାରୋପ ରାଜନୀତିକୁ ନାପସନ୍ଦ କରିଛି କଂଗ୍ରେସ ।

ମାଗଣା ଚାଉଳର ଶ୍ରେୟ ନେବାକୁ କେନ୍ଦ୍ର ଆଗଭର । ବ୍ୟାକ୍ ଫୁଟରେ ରାଜ୍ୟ ସରକାର ।  ହିସାବ ଦେଲେ  ଧର୍ମେନ୍ଦ୍ର । ଠିକ୍ ଭାବେ ବିତରଣ ପାଇଁ ରାଜ୍ୟ ସରକାରଙ୍କୁ କଲେ ଦାବି । ବ୍ୟବସ୍ଥା ଅନୁଯାୟୀ କାମ ହେଉଥିବା କହିଲା ବିଜେଡି । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜ୍ୟ ମଧ୍ୟ କଲେ ମାଗଣା ଚାଉଳ ଦେବାର ଘୋଷଣା । ଆଉ ତାକୁ କେନ୍ଦ୍ର ପରେ ତୁଟୁନି ଶ୍ରେୟ ରାଜନୀତି । କେନ୍ଦ୍ର ବର୍ଷକୁ ଚାଉଳ ବାବଦକୁ ୮୪୦୦ କୋଟି ଦେଉଥିବା ବେଳେ ରାଜ୍ୟ ନିଜ ସ୍କିମରେ ମାତ୍ର ୧୮୫ କୋଟି ଦେଉଛି। ତାହାଲେ କିଏ ଲୋକଙ୍କ ସହ ଅଛି କହି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦେଶର ୯୦ ରୁ ୯୫ ଭାଗ ଦେଉଥିଲେ କେନ୍ଦ୍ର ସରକାର। ଅବଶିଷ୍ଟ ରାଜ୍ୟ ସରକାର ଦେଉଥିଲେ। କିନ୍ତୁ ବିତରଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପାଖରେ ଥିଲା। ଓଡ଼ିଶାରେ  ୩ କୋଟି ୨୫  ଲକ୍ଷ ଲୋକ ସୁବିଧା ପାଉଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ ଲକ୍ଷ ୮୭ ହଜାର ମେଟ୍ରିକ ଟନ ଚାଉଳ ଦିଆଯାଉଛି। ବର୍ତ୍ତମାନ କେଜି ପିଛା ୩୭ ଟଙ୍କା ୨୮ ପଇସା ଖର୍ଚ୍ଚ ହେଉଛି କହି ହିସାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେପଟେ ରାଜ୍ୟ ନିଜସ୍ୱ ଯୋଜନାରେ ୯ ଲକ୍ଷ ହିତାଧିକାରୀଙ୍କୁ ଚାଉଳ ବାଣ୍ଟୁଛନ୍ତି । ଏହାକୁ ନେଇ ବିଜେଡି ରାଜନୀତି କରିବାକୁ ଚାହେଁ ନାହିଁ । ସଂଘୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ଓ ରାଜ୍ୟରେ ଶାସନ ଚାଲେ । ନବୀନ ସରକାର ସବୁବେଳେ ରଜନୀତିରୁ ଉର୍ଦ୍ଧରେ ଉଠି କାମ କରେ ବୋଲି ଦଳ କହିଛି । ଏପଟେ କାମ କମ କରି ଉଭୟ ସରକାର ପ୍ରଚାର ସର୍ବସ୍ୱରେ ମାତି ଥିବା ଅଭିଯୋଗ ଆଣିଛି କଂଗ୍ରେସ ।

ତେବେ ଚାଉଳ ରାଜନୀତି ଏବେ ଆରମ୍ଭ ମାତ୍ର । ଏଣିକି ସବୁ ମଞ୍ଚରୁ ଓ ସବୁ ନେତାଙ୍କ ତୁଣ୍ଡରୁ ମାଗଣା ଦିଆଯାଉଛି ବୋଲି ପ୍ରଚାର ହେବ । ହେଲେ ବାସ୍ତବ କଥା ଯେ କେହି କିଛି ମାଗଣା ଦେଉନାହାଁନ୍ତି । ଲୋକଙ୍କ ପଇସାରେ ଲୋକଙ୍କ ପାଇଁ ଯୋଜନା ହେଉଛି। ତା ଛଡ଼ା ଦେଶରେ ଖାଦ୍ୟ ସୁରକ୍ଷା ଆଇନ ଅଛି। ଯାହା କେବଳ ମାଗଣା ଚାଉଳ ନୁହେଁ ପୋଷଣ ଯାଏଁ ଯାଏଁ ପହଞ୍ଚିବା ଉଚିତ । 

ନବ କିଶୋର ସାହୁ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *