ଗଣତନ୍ତ୍ର ଦିବସ ପାଇଁ ସରିଲା ଫୁଲ ଡ୍ରେସ ରିହାଲସେଲ

() ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରୁ ଭୁବନେଶ୍ୱର ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଏଥିପାଇଁ ଦିଲ୍ଲୀରେ ଗତ ସୋମବାର ଫୁଲ ଡ୍ରେସ ରିହାଲସେଲ ଶେଷ ହୋଇଛି । ସେହିପରେ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱରର ଗାନ୍ଧିମାର୍ଗରେ ବ୍ୟାପକ ଆୟୋଜନ ସହ ସରିଛି ଫୁଲ ଡ୍ରେସ ରିହାଲସେଲ । ଏହାସହ ସୁରକ୍ଷା ବ୍ୟବସ୍ଥା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୦୦ ପୋଲିସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ।

ଫୁଲ ଦମରେ ସରିଲା ଫୁଲଡ୍ରେସ ରିହଲସେଲ । ଦିଲ୍ଲୀରୁ ଆରମ୍ଭ କରି ଭୁବନେଶ୍ୱର ସବୁଠି ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଦିଲ୍ଲୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଜିପ୍ଟ ରାଷ୍ଟ୍ରପତି ଅବଦୁଲ ଫତହ ଅଲ-ସିସି । କରୋନା କଟକଣା ହଟିଲା ପରେ ସର୍ବସାଧାରଣରେ ଏଥର ପାଳିତ ହେବ ଗଣତନ୍ତ୍ର ଦିବସ । ଫଳରେ ଦେଶର ରାଜଧାନୀ ଦିଲ୍ଲିରେ ବ୍ୟାପକ ଆୟୋଜନ କରାଯାଇଛି । ସୋମବାର ଫୁଲ ଡ୍ରେସ ରିହଲସେଲ ସରିଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାରଣ ଆତଙ୍କବାଦୀ ଭୟ ଥିବାରୁ ଦିଲ୍ଲୀର ସୁବକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସେହିପରି ୩ ସେନା ନିଜର ଶକ୍ତି ପ୍ରଦର୍ଶନ ସହ ବିଭିନ୍ନ ରାଜ୍ୟରୁ ଯାଇଥିବା ପ୍ରଜ୍ଞାପନ ମେଢ ପ୍ୟାରେଡର ମୁଖ୍ୟ ଆକର୍ଷଣ ପାଲଟିବେ ।

ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱରର ଗାନ୍ଧିମାର୍ଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଏପଟେ ରାଜ୍ୟରେ ମଧ୍ୟ ବ୍ରାସବ୍ୟାଣ୍ଡ ତାଳେ  ତାଳେ ୫୦ ଟ୍ରୁପ ମଙ୍ଗଳବାର ପ୍ୟାରେଡ ରିହଲସେଲରେ ସାମିଲ ହୋଇଛନ୍ତି । ଏହାସହ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଏକ ପୋଲିସ ଟ୍ରୁପ ମଧ୍ୟ ପ୍ୟାରେଡରେ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ବାଇକରେ ଡେ଼ୟାର ଡେଭିଲ କଳା ପ୍ରଦର୍ଶନ ସମେତ ଓଡିଶା ସରକାରଙ୍କର ପ୍ରମୁଖ ବିଭାଗର ୮ଟି  ପ୍ରଜ୍ଞାପନ ମେଢ, ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ କରାଯିବ । ଏପଟେ ସୁରକ୍ଷା ପାଇଁ ରାଜଧାନୀରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଏହାସହ ୨୦୦  ବଛା ବଛା ପୋଲିସ ଅଫିସର ମଧ୍ୟ  ନିୟୋଜିତ କରିବା ସହ ଗାନ୍ଧିମାର୍ଗକୁ ସିସିଟିଭି ଛାଉଣୀ କରିଛି କମିଶନର ପୋଲିସ।

ତେବେ ଚଳିତବର୍ଷ ୭୪ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି  ଭାବେ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଯୋଗଦେବେ। ବିଶିଷ୍ଟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗଦେବର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ନବ କିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *