ପାଣି ଅଭାବ ଯୋଗୁଁ ହୋଇ ପାରୁନି ଚାଷ

() ଅଣ ଜଳସେଚିତ ଅଞ୍ଚଳରେ ଚାଷ ଏବଂ ଚାଷୀର ଉନ୍ନତି ପାଇଁ ରାଜ୍ୟରେ ପ୍ରଣୟନ ହୋଇଛି ଉଠା ଜଳସେଚନ ଯୋଜନା । ହେଲେ ବିଭାଗୀୟ  ଉଦାସୀନତା ଯୋଗୁଁ ଏହି ଯୋଜନା ବାଟବଣା ହେଉଛି । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ । ଏନେଇ ବିଜେପୁର ବ୍ଳକ ଚେରଙ୍ଗାମୁଣ୍ଡା ଗ୍ରାମର ଚାଷୀମାନେ ଉଠା ଜଳସେଚନ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଗଭୀର ନଳକୂପ ଖନନ ପାଇଁ ଦାବୀ କରିଥିବା ବେଳେ ଏନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶ୍ରୃତି ଦେଇଛି ।

ଶୁଖିଲା ପଡିଛି ଚାଷ ଜମି । ପାଣିର ଅଭାବ ଯୋଗୁଁ  ହୋଇ ପାରୁ ନାହିଁ ଚାଷ । ଫଳରେ ଚିନ୍ତାରେ ଚାଷୀ । ଏଭଳି  ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ଚେରଙ୍ଗାମୁଣ୍ଡା ଗ୍ରାମରେ। ଗାଁର ଶତାଧିକ ଚାଷୀଙ୍କ ଜମି ପାଣି ଅଭାବରୁ ପଡ଼ିଆ ପଡିଛି। ମରୁଡି ପ୍ରପୀଡିତ ଅଞ୍ଚଳମାନଙ୍କରେ ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ଉଠା ଜଳସେଚନ ପ୍ରକଳ୍ପ ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଗଭୀର ନଳକୂପ ଖନନ କରାଯାଉଛି । ଏହି କ୍ରମରେ ଏ ଅଞ୍ଚଳର ଚାଷୀମାନେ ନିଜ ଚାଷ ଜମିରେ ନଳକୂପ ଖନନ ପାଇଁ ଗତ ୨୦୧୯ ମସିହାରେ ଅନଲାଇନ ମାଧ୍ୟମରେ ଅବେଦନ କରିବା ସହ ୨୦ହଜାର ଟଙ୍କା ଲେଖାଏଁ ଜମା କରିଥିଲେ ।

ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ଏ ଯାଏଁ ନଳକୂପ ଖନନ ହୋଇପାରି ନାହିଁ । ଏନେଇ ଚାଷୀମାନେ ଉଠା ଜଳସେଚନ କାର୍ଯ୍ୟାଳୟ ନିର୍ବାହୀ ଯନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଠାରେ ଦାବୀ କରିଛନ୍ତି।

ଏ ସମ୍ପର୍କରେ ଆମେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଚାଷୀଙ୍କ ସମସ୍ୟା ଉପରେ ପଚରା ଯିବାରୁ , ଏହି ଅଞ୍ଚଳରେ ନଳକୂପ ଖନନ ପାଇଁ ଟେଣ୍ଡର ହୋଇ ସାରିଛି । ଏବେ ସର୍ଭେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି। ସେହିପରି ଜିଲ୍ଲା ସ୍ତରୀୟ ବୈଠକରେ ବିଦ୍ୟୁତ ବିଭାଗ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

ତେବେ ଶୀଘ୍ର ନଳକୂପ ଖନନ ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି

ଧୃବ କର୍ମୀ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *