ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ

HEATWAVE OVERALL_PKG_7PM

() ରାଜ୍ୟରେ ଏବେ ପ୍ରଚଣ୍ଡ ରୌଦ୍ରତାପ। ନିଆଁର ଧାସରେ ସିଝୁଛି ସାରା ଓଡିଶା। ଦିନ ୨.୩୦ ସୁଦ୍ଧା ରାଜଧାନୀରେ ୪୦.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୪୧.୧ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି । ୪୦ ଡିଗ୍ରୀ ଉପରେ ରହିଛି ୫ ସହରର ତାପମାତ୍ରା । ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଏବେ ଅସହ୍ୟ ତାତି ଫଳରେ ଅସ୍ତବ୍ୟସ୍ତ ଜନଜୀବନ ଘରୁ ବାହାରିବା ହୋଇପଡିଛି ମୁସ୍କିଲ ନିଆଁର ଧାସରେ ସିଝୁଛି ସାରା ଓଡିଶା ଦିନ ୨.୩୦ ସୁଦ୍ଧା ରାଜଧାନୀରେ ୪୦.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ତାତିରେ ଜଳୁଛି ବିଭିନ୍ନ ଜିଲ୍ଲା। ୪୧. ଡିଗ୍ରୀ ସହ ଝାରସୁଗୁଡା ପାଲଟିଛି ସବୁଠୁ ଉତ୍ତପ୍ତ ସହର ସେହିପରି ସମ୍ୱଲପୁରରେ ୪୧.୨ଡିଗ୍ରୀ, ଚାନ୍ଦବାଲି ହୀରାକୁଦରେ ୪୦ଡିଗ୍ରୀ, କେନ୍ଦୁଝରରେ ୩୯. ଡିଗ୍ରୀ ତାପମାତ୍ରା ରହିଛି। ଦିନକୁ ଦିନ ତାତି ବଢିବାରେ ଲାଗିଥିବା ବେଳେ ବାଲେଶ୍ୱରରେ ୩୯ ଡିଗ୍ରି ତାପମାତ୍ରା ରହିଛି । ଦିନ ୧୧ ଟା ସୁଦ୍ଧା ରାସ୍ତାଘାଟ, ବଜାର ଅଞ୍ଚଳ ଶୁନଶାନ ହେଇଯାଇଥିବା ଦେଖିବାକୁ ମିଳିଛି। ଗୋପାଳପୁର ଅଂଚଳରେ ତାପମାତ୍ରା 39.1 ରହିଛି ଯାଜପୁର ଜିଲାରେ ଗରମ ରୁ ତ୍ରାହି ପାଇବା ପାଇଁ ଲୋକେ,ଆଖୁ ରସ,ତରଭୁଜ ଏବଂ ପଇଡ ଉପରେ ନିର୍ଭର କରୁଛନ୍ତି। ଚାଷ ପାଇଁ ମୌସୁମି ବର୍ଷା କୁ ଚାହିଁ ବସିଛନ୍ତି ଜିଲ୍ଲାବାସୀ।

ଆକାଶ କୁ ମୁହଁ ଉଠାଇ ଦେଖାଇ ହେଉନାହିଁ l ଘରୁ ପଦାକୁ ବାହାରି ହେଉନାହିଁ l କାରଣ ସୂର୍ଯ୍ୟ ଦେବତା ଙ୍କ କୋପ ପଡିଛି ଟିଟିଲାଗଡ଼ ଭାବରେ ପରିଚିତ ତତଲାଗଡ଼ ସହର ଉପରେ l ଏବେ ସହରର ପାରଦ 41 ଡିଗ୍ରୀ ଉପରେ କୁହାଯାଉଥିବା ବେଳେ ବେସରକାରୀ ସ୍ତରରେ ଏବେ ପାରଦ 44 ଡିଗ୍ରୀ ଉପରେ l ଘରୁ ବାହାରକୁ ବାହାରିବା ମାତ୍ରକେ ଦେହ ହାତ ଗୋଡ଼ ପୋଡିଗଲା ଭଳି ଲାଗୁଛି l l ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଛତା, ଗାମୁଛା, ସ୍କ୍ରlପ ଘୋଡେଇ ହୋଇ ବାହାରୁଥିବା ବେଳେ ତାତି ରୁ ରକ୍ଷା ପାଇବା ପାଇଁ ଲୋକେ ଥଣ୍ଡା ପାନୀୟ ଦ୍ରବ୍ୟ, ଲସି, ତରଭୁଜ, ଆଇସକ୍ରିମ ଉପରେ ନିର୍ଭର କରୁଛନ୍ତି…

ସେପଟେ ଗ୍ରୀଷ୍ମପ୍ରବାହ ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।  ଶ୍ରମିକ ମାନଙ୍କ ପାଇଁ ଦିନ ୧୧ଟାରୁ ୩ଟା ଯାଏଁ କାମ କରିବାକୁ ନିର୍ଦେଶ ରହିଛି । ଯାହାର ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ । ଶ୍ରମିକ ମାନଙ୍କ ପାଇଁ କାମ କରୁଥିବା ସ୍ଥାନରେ ଠିକାଦାର ଆଶ୍ରୟ ସ୍ଥଳୀ କରିବେ। ସ୍କୁଲ ଅଙ୍ଗନୱାଡି କେନ୍ଦ୍ର ଏପ୍ରିଲ ୧୬ତାରିଖ ଯାଏଁ ବନ୍ଦ ହୋଇଛି । ପରିସ୍ଥିତି ଦେଖି ଆଗକୁ ନିଷ୍ପତି ନିଆଯିବ । ବସ ଚଳାଚଳ ନେଇ ପରିବହନ ବିଭାଗ ମଧ୍ୟ ସଜାଗ ରହିଛି । ବସ ପାଇଁ ମଧ୍ୟ ସ୍ୱତନ୍ତ୍ର ନିୟମ କରାଯାଇଛି। ସକାଳ ୧୧ଟାରୁ ଦିନ ୩ଟା ଭିତରେ ରୁଟର ସମୟ ପରିବର୍ତ୍ତନ କରିବାକୁ କୁହାଯାଇଛି । ବସରେ ବରଫ, ORS, ପାଣି ମହଜୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଛତା, ଗାମୁଛା, ସ୍କ୍ରlପ ଘୋଡେଇ ହୋଇ ବାହାରୁଥିବା ବେଳେ ତାତି ରୁ ରକ୍ଷା ପାଇବା ପାଇଁ ଲୋକେ ଥଣ୍ଡା ପାନୀୟ ଦ୍ରବ୍ୟ, ଲସି, ତରଭୁଜ, ଆଇସକ୍ରିମ ଉପରେ ନିର୍ଭର କରୁଛନ୍ତି। ରାଜ୍ୟରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇଦେବାକୁ ଦାବି ହୋଇଛି। 

ବ୍ୟୁରୋ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *