ପ୍ରବଳ ତାତିରେ ଡହଳ ବିକଳ ଜନଜୀବନ, ୪୪ ଡିଗ୍ରୀ ସହ ନୂଆପଡା ସବୁଠୁ ଉତପ୍ତ

ଭୁବନେଶ୍ୱର :  ରାଜ୍ୟରେ ତାତି ଥମିବାର ନାଁ ନେଉନାହିଁ । ଗତକାଲି ବିଭିନ୍ନ ସହରରେ ଗ୍ରୀଷ୍ମ ଲହରି ଜାରି ରହିଥିଲା । ସକାଳ ୮ଟାରୁ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଉଛି । ଅପରାହ୍ନ ୫ ଟା ପୂର୍ବରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ବୁଧବାର ରାଜ୍ୟର ୨୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଯାହା ମଧ୍ୟରୁ ୯ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ଓ ୪ ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା । ଏହି ତାଲିକାରେ ୪୪ ଡିଗ୍ରୀ ସହ ନୂଆପଡ଼ା ଶୀର୍ଷରେ ରହିଥିଲା । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଥିଲା ।

ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ ନୂଆପଡାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୪୩.୪ ସହିତ ଝାରସୁଗୁଡ଼ା ଦ୍ୱିତୀୟ ସର୍ବାଧିକ ଉତପ୍ତ ସହର ପାଲଟିଥିଲା । ସେହିପରି ତାଳଚେରରେ ୪୩.୨, ଅନୁଗୁଳରେ ୪୩.୧, ସମ୍ବଲପୁରରେ ୪୨.୯, ଭୁବନେଶ୍ୱରରେ ୪୨.୮, ସୋନପୁରରେ ୪୨.୫, ରାଉରକେଲାରେ ୪୨.୪, ଢେଙ୍କାନାଳରେ ୪୨.୩, ବଲାଙ୍ଗୀରରେ ୪୧.୭, କଟକ ଏବଂ ଚାନ୍ଦବାଲିରେ ୪୧.୬, ବରଗଡ଼ରେ ୪୧.୫, ସୁନ୍ଦଗରଗଡ଼ରେ ୪୧.୪, ଟିଟିଲାଗଡ଼ରେ ୪୧.୨, ବୌଦ୍ଧ, କେନ୍ଦ୍ରାପଡ଼ାରେ ୪୧, ହୀରାକୁଦରେ ୪୦.୯, ବାରିପଦା ଏବଂ ଭବାନୀପାଟଣାରେ ୪୦.୬, ଖୋର୍ଦ୍ଧା ଏବଂ ଯାଜପୁରରେ ୪୦.୫, ଜଗତସିଂହପୁର ଏବଂ ନୟାଗଡ଼ରେ ୪୦.୨ ଏବଂ କେନ୍ଦୁଝରରେ ୪୦.୧ ଡିଗ୍ରୀ  ତାପମାତ୍ରା ରେକର୍ଡ କରାଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *