ପାଲଲହଡ଼ା 49 ନମ୍ବର ଜାତୀୟ ରାଜପଥ ରେ ଦୁର୍ଘଟଣା, ଅଜଣା କାର କୁ ଧକ୍କା ଦେଲା ଵାଇକ ଦୁଇ କଲେଜ ଛାତ୍ର ଛାତ୍ରୀ ଗୁରୁତର

ଅନୁଗୋଳ : ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ମଧ୍ୟ ଭାଗ ଦେଇ ଯାଇଥିବା କାଲିକାତା ରୁ ମୁମ୍ବାଇ ସଂଯୋଗ କରୁଥିବା 49 ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି l

ଗତକାଲି ପାଲଲହଡା ମାଲ୍ୟଗିରି ମହାବିଦ୍ୟାଳୟକୁ ପାଠ ପଢିବାକୁ ଆସି ମଧ୍ୟାନ 2 ଘଟିକା ସମୟରେ ଏକ ମୋଟର ସଇକେଲେରେ ଜଣେ +3 କଳା ର ଛାତ୍ର ( ତାପସ ମହନ୍ତ ) ଓ +2 ର ଜଣେ ଛାତ୍ରୀ (ବାସନ୍ତୀ ମହାନ୍ତ ) ( ଉଭୟେ ସମ୍ପର୍କ ରେ ମାମୁଁ ଭାଣଜି ) କଲେଜ ଛୁଟି ହେବା ପରେ ନିଜ ଗାଁ ଦେଓଗଡ ଜିଲ୍ଲା ବାରକୋଟ ବ୍ଲକ ରଜାମୁଣ୍ଡା କୁ ଫେରୁ ଥିବାବେଳେ ପାଲଲହଡା 49 ନମ୍ବର ଜାତୀୟ ରାଜପଥ ଦମକଳ କେନ୍ଦ୍ର ନିକଟରେ ବର୍ଷା ହେବା ଯୋଗୁ ହାଟଥ ମୋଟର ସାଇକେଲଟି ଭାରଶ୍ୟାମା ହରାଇ ରାସ୍ତା କଡ଼ରେ ଛିଡା ହୋଇ ଥିବା ଏକ କାରରେ ଧକା ହେବା ଫଳରେ ଉଭୟେ ବାଇକରୁ କିଛି ଦୁରକୁ ଛିଟିକି ପଡିଥିଲେ, ଏଥିରେ ଉଭୟଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା l

ଖବର ପାଇ ଅଗ୍ନିଶମ ବିଭାଗ ଗୁରୁତର ଦ୍ୱୟଙ୍କୁ ଉଦ୍ଧାର କରି ପାଲଲହଡା ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତି କରିଥିଲେ l ଡ଼କ୍ଟରଙ୍କ ଚିକତ୍ସା ପରେ ଉଭୟଙ୍କ ଅବସ୍ଥା ଭଲ ଥିବା ଜଣା ପଡିଛି l ଖବର ପାଇ ମାଲ୍ୟଗିରି ମହା ବିଦ୍ୟାଳୟର ଅଧକ୍ଷ ହରେକୃଷ୍ଣ ପ୍ରଧାନ ଓ ସମସ୍ତ ଅଧ୍ୟାପକ ଡାକ୍ତର ଖାନା ପହଞ୍ଚି ଦୁଇ ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ଥିଲେ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *