ହୀରାକୁଦର ୨୦ଟି ଗେଟ୍ ଦେଇ ବର୍ଷା ଜଳ ନିଷ୍କାସିତ

ହୀରାକୁଦର ୨୦ଟି ଗେଟ୍ ଦେଇ ବର୍ଷା ଜଳ ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୭୯ ଫୁଟ୍ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୬ ହଜାର ୫୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୬ ହଜାର ୬୯୮ କ୍ୟୁସେକ ଜଳ। ପଥରଳା ଓ ଖଇରମାଳରେ ମହାନଦୀ ଜଳସ୍ତର ବଢିବାରେ ଲାଗିଛି। ଖଇରମାଳରେ ଏବେ ୫ ଲକ୍ଷ ୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେହିପରି ପଥରଳାରେ ୧ ଲକ୍ଷ ୩ ହଜାର ୫୨୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ବରମୂଳ ଓ ମୁଣ୍ଡଳିରେ ଜଳସ୍ତର ସ୍ଥିର ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *