ମଙ୍କି ପକ୍ସ ସମ୍ପର୍କରେ କିଛି ଜାଣିବା କଥା

ନୂଆଦିଲ୍ଲୀ: ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ମଙ୍କିପକ୍ସର ପ୍ରଥମ ମାମଲା ଗୁରୁବାର କେରଳରୁ ବାହାରିଛି। ଏହାକୁ ନେଇ କେନ୍ଦ୍ର ସରକାର ସଚେତନ ରହିଥିବା ବେଳେ ଏହି ରୋଗ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ସମସ୍ତଙ୍କ ପାଇଁ ଆବଶ୍ୟକ ହୋଇପଡିଛି। ବିଶ୍ବ ସ୍ବାସ୍ଥ୍ୟ  ସଂଗଠନ ବା ଡବ୍ଲୁଏଚଓ ଅନୁଯାୟୀ ଏହା ଏକ ଭାଇରାଲ ଜୁନୋଟିକ ଇନଫେକ୍ସନ। ଏହା ପଶୁଙ୍କଠାରୁ ମଣିଷକୁ ବ୍ୟାପିଥାଏ ଓ ପରେ ମଣିଷରୁ ମଣିଷକୁ ସଂକ୍ରମଣ କରିଥାଏ। 

ମଙ୍କିପକ୍ସର କଣ ଲକ୍ଷଣ?

ମଙ୍କିପକ୍ସର ଲକ୍ଷଣ ମଧ୍ୟରେ ରହିଛି ଜ୍ବର, ମୁଣ୍ଡବ୍ୟଥା, ମାଂଶପେଶୀ ବିନ୍ଧା, ଅଣ୍ଟା ବିନ୍ଧା, ହାଲିଆ ପଣ ଓ ଲସିକା ଗ୍ରନ୍ଥି ଫୁଲା। ଏହା  ପରେ ଦେହରେ ଦାଗ ହୋଇଥାଏ, ଯାହା ୨-୩ ସପ୍ତାହ ପର୍ଯ୍ୟନ୍ତ ଲାଗିରହିଥାଏ। ଏହି ଦାଗ ସବୁ ମୁହଁ, ହାତ ପାପୁଲି, ପାଦ, ଆଖି, ପାଟି, ବେକ ଆଦିରେ ଦେଖାଦେଇଥାଏ। ତେବେ ଜଣେ ସଂକ୍ରମିତଙ୍କ ସସ୍ପର୍ଶରେ ଓ ଯୌନ ସମ୍ପର୍କ  ଦ୍ବାରା ଏହା ସୁସ୍ଥ ମଣିଷକୁ ସଂକ୍ରମିତ କରିଥାଏ।

କେଉଁମାନେ ମଙ୍କିପକ୍ସ ବାହକ  ହୋଇଥାନ୍ତି?

ଯେଉଁମାନେ ସଂକ୍ରମିତଙ୍କ ସହ ବସବାସ କରିଥାନ୍ତି, ବା ଯିଏ ନିୟମିତ ଭାବେ ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଥାନ୍ତି ସେମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି।

କିପରି ରୋକାଯାଇ ପାରିବ ସଂକ୍ରମଣ?

ଯିଏ ମଙ୍କିପକ୍ସରେ ସଂକ୍ରମିତ ବା ସନ୍ଦିଗ୍ଧ ସଂକ୍ରମିତ  ସେମାନଙ୍କଠାରୁ ଦୂରତା ରକ୍ଷାକରିବା ବା ସଂକ୍ରମିତ ପଶୁଙ୍କ ନିକଟତର ନ ହେବା। ସଂକ୍ରମିତ ସ୍ଥାନକୁ ସଫା ସୁତରା ରଖିବା ସହ ବିଶୋଧନ କରିବା। ଯଦି ଅନୁଭବ କରୁଥାନ୍ତି, ଆପଣ ସଂକ୍ରମିତ ହୋଇଛନ୍ତି, ତେବେ ନିଜକୁ ସଂଗରୋଧରେ ରଖିବା ସହ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *