ଧୂମପାନ ଛାଡିଲେ ବାଦଶାହ୍

ନଭେମ୍ବର ୨ରେ କିଙ୍ଗ ଖାନ ଶାହରୁଖ ତାଙ୍କର ୫୯ତମ ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ସେ ଏକ ବଡ ଘୋଷଣା କରିଥିଲେ। ଜନ୍ମଦିନରେ ପ୍ରଶଂସକଙ୍କୁ ଖୁସି ଖବର ଦେଇ ଶାହାରୁଖ ଖାନ କହିଥିଲେ ଯେ, ସେ ଧୂମପାନ ଛାଡିଛନ୍ତି।ଏହି ଘୋଷଣା ଶୁଣି ତାଙ୍କ ପ୍ରଶଂସକମାନେ ଏବେ ବହୁତ ଖୁସି ଅଛନ୍ତି।

ଏହି ଖବରଟି ତାଙ୍କ ପ୍ରଶଂସକଙ୍କୁ ଉଭୟ ଆଶ୍ଚର୍ଯ୍ୟ ଓ ଖୁସି କରାଇଥିଲା। ଶାହାରୁଖ ସିଗାରେଟ ଟାଣିବା ଆରମ୍ଭ କରିବାର ୩ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି | ସେ ଖୋଲାଖୋଲି ଭାବେ ସିଗାରେଟ ଟାଣୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ ସେ ଧୂମପାନ କରୁଥିବାର ଭିଡିଓ ଭାଇରାଲ ହେଉଥିବା ବେଳେ ଏବେ ଶାହରୁଖ ଧୂମପାନ ଛାଡ଼ିଥିବା କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *