ପାଇପ ବୋଝେଇ ଟ୍ରକକୁ ଧକ୍କା ଦେଇ ଓଲଟିଲା ବସ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା  ୨୬ ନମ୍ବର ଜାତୀୟ ରାଜପଥରେ ଏକ ପାଇପ ବୋଝେଇ ଟ୍ରକ ଓ ବସ ମଧ୍ୟରେ ଧକ୍କା ହୋଇ ୪ ରୁ ଅଧିକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ସୂଚନା ମୁତାବକ ଡେଜି ନାମକ ଘରୋଇ ବସ  ସମ୍ବଲପୁପୁରରୁ ଦାମନଯୋଡି ଆସିବା ସମୟରେ ବିପରିତ ଦିଗରୁ କର୍ଣାଟକ ରୁ ରାୟଗଡ଼ ଯାଉଥିବା ପାଇପ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା | ବସଟି ଧକ୍କା ହୋଇ ରାସ୍ତା କଡ଼ ଖାତକୁ ଖସି ଓଲୋଟି ପଡିଥିଲା | ଏଥିରେ ବସର ଗୀତା ଭତରା, ବାସନ୍ତି ସେନାପତି, ଅନନ୍ତ ସେନାପତି ଓ ଦିପେନ୍ଦ୍ର ବେହେରା ଆହତ ହୋଇଥିଲେ | ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚିଛି | ଜାତୀୟ ରାଜପଥ ଉପରେ ପାଇପ ଗୁଡିକ ପଡିରହିଛି । ବସରେ ୨୬ ଜଣ ଯାତ୍ରୀ ଥିବା ଜଣାପଡିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *