ବରିଷ୍ଠ ବିଜେପି ନେତା ତଥା ଆନ୍ଧ୍ର ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ ଅଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଶ୍ୱଭୂଷଣ ଅସୁସ୍ଥ ଥିବା ସୂଚନା ତାଙ୍କ ପୁଅ ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ତୁରନ୍ତ ହାଇଦ୍ରାବାଦ ପଠାଇବାକୁ ପ୍ରସ୍ତୁତି ଚାଲିଥିବା କୁହାଯାଇଛି।୯୦ ବର୍ଷରେ ଉପନିତ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଜନସଂଘ ସହ ୧୯୭୧ରୁ ରହି ଜଣେ ସକ୍ରୀୟ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । ୧୯୭୭ ଜନତା ପାର୍ଟି ଗଠନ ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ୧୯୮୦ରୁ ୧୯୮୮ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେପି ର ରାଜ୍ୟ ସଭାପତି ହୋଇଥିଲେ । ପରେ ସେ ବିଜେପି ଛାଡି ଜନତା ଦଳରେ ସାମିଲ ହୋଇଥିଲେ । ୧୯୯୬ରେ ସେ ନିଜ ଦଳ ବିଜେପିକୁ ପୁଣି ଫେରିଥିଲେ । ସେ ବିଜୁ ପଟ୍ଟନାୟକ ସରକାରରେ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ଏବଂ ନବୀନ ପଟ୍ଟନାୟକ ସରକାରରେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଜସ୍ୱ, ଆଇନ,ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି ବିଭିନ୍ନ ବିଭାଗର ଗୁରୁଦାୟିତ୍ୱ ସମ୍ଭାଳିଥିଲେ । ବିଜେଡି-ବିଜେପି ମେଣ୍ଟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ସେ ଚିଲିକା ଏବଂ ଭୁବନେଶ୍ୱରରୁ ୫ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ମଧ୍ୟରୁ ୨ଥର ଜନତା ଦଳ ଟିକେଟରେ ଏବଂ ୩ଥର ବିଜେପିରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଛନ୍ତି ।
ସେପଟେ ଏୟାରଲିଫ୍ଟ ହୋଇଛନ୍ତି ବିଶ୍ବଭୁଷଣ । ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରରୁ ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇଛନ୍ତି ।ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିଶ୍ବଭୁଷଣ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now