ବାବାଙ୍କ ନକଲ କରୁଥିବା ୟୁଟ୍ୟୁବରଙ୍କୁ ପଡିଲା ମହଙ୍ଗା। ୟୁଟ୍ୟୁବରଙ୍କୁ ଚାପୁଡା ମାରିଲେ ବାବା। ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ। ଆଧ୍ୟାତ୍ମିକତାର ସଙ୍ଗମ ସ୍ଥଳ ମହାକୁମ୍ଭମେଳା। ପ୍ରୟାଗରାଜରେ ଚାଲିଥିବା ଏହି ମେଳାରେ ବୁଡ ପକାଇବା ପାଇଁ ପ୍ରବଳ ଶ୍ରଦ୍ଧାଳୁଙ୍କ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି। ଦେଶ ବିଦେଶରୁ କୋଟି କୋଟି ଲୋକ ପହଞ୍ଚି ସେଠାରେ ବୁଡ ପକାଉଛନ୍ତି। ଅନ୍ୟପଟେ କିଛି ୟୁଟ୍ୟୁବର ହାତରେ ମୋବାଇଲ ଫୋନ ଧରି ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି। ତେବେ ଜଣେ ବାବା ଯାଉଥିବା ବେଳେ ହଠାତ ୟୁଟ୍ୟୁବରଙ୍କୁ ଚାପୁଡା ମାରୁଛନ୍ତି। ସେପଟେ କୁହାଯାଉଛି ଯେ, ବାବାଙ୍କୁ ନକଲ କରିବାକୁ ଜଣେ ଯୁବକ ଚେଷ୍ଟା କରୁଥିଲେ। ଏଥିରେ ବାବା ଜଣଙ୍କ ରାଗିଯାଇ ଚାପୁଡା ମାରିଲେ। ମହାକାଳ ଗିରି ବାବାଙ୍କ ଅନୁକରଣ କରି ଗୋଟିଏ ହାତ ଉପରକୁ ଉଠାଇବା ଚେଷ୍ଟା ବେଳେ ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ତେବେ ମହାକାଳ ଗିରି ବାବା ଦୀର୍ଘ ୯ ବର୍ଷ ଧରି ତାଙ୍କର ଗୋଟିଏ ହାତ ଉପରକୁ ଉଠାଇ ରଖିଛନ୍ତି। ମଧ୍ୟପ୍ରଦେଶରୁ ଆସିଥିବା ମହାକାଳ ଗିରି ବାବା ଗାଈ ଏବଂ ଧର୍ମର ସୁରକ୍ଷା ପାଇଁ ଜୀବନବ୍ୟାପୀ ପ୍ରତିଜ୍ଞା ନେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now