କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା,୫ଗିରଫ

ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କିଟ୍ କ୍ୟାମ୍ପସ ଯେତିକି ଅଶାନ୍ତ ହୋଇଉଠିଥିଲା। ତା ଠୁ ବଳିଗଲା କିଟ୍ କର୍ତ୍ତୃପକ୍ଷଙ୍କ ନେପାଳ ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର। ନେପାଳ ଛାତ୍ରଛାତ୍ରୀଙ୍କୁ ଲାଗି କ୍ୟାମ୍ପସକୁ ସାଇନ-ଏ-ଡାଏ ଘୋଷଣା କରିବା। ତୁରନ୍ତ ହଷ୍ଟେଲ୍ ଖାଲି କରିବାକୁ ନୋଟିସ ସହ ହଷ୍ଟେଲ ଓ କ୍ୟାମ୍ପସକୁ ଜୋରଜବରଦସ୍ତି ବସରେ ନେଇ ଷ୍ଟେସନରେ ଛାଡ଼ିବା ବେଳେ ଅପଶବ୍ଦ ସହ ଅଭଦ୍ର ବ୍ୟବହାର ସୀମା ଟପିଯାଇଥିଲା। ନିଜ ଦେଶକୁ ଫେରିବା ଲାଗି ନାହିଁ ନଥିବା ହୀନସ୍ତା ଛାତ୍ରଛାତ୍ରୀଙ୍କ ଦୁର୍ଦଶାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଉଦବେଗ ପ୍ରକାଶ ପରେ ଚାପରେ ପିଲାଙ୍କ ପୁଣି କ୍ୟାମ୍ପସ୍ ଫେରିଆସିବାକୁ କିଟ୍ କର୍ତ୍ତୃପକ୍ଷ ଅନୁରୋଧ କରିଥିଲେ।

ଏହାରି ଭିତରେ ଅଭିଯୁକ୍ତ ଆଦଭିକ୍ ଶ୍ରୀବାସ୍ତବକୁ ପୁଲିସ ଗିରଫ କରିବା ସହ ୫ ଜଣଙ୍କୁ ବାନ୍ଧିଛି ଇନଫୋସିଟି ପୋଲିସ । ସେମାନଙ୍କ ମଧ୍ୟରୁ ୩ ନିର୍ଦ୍ଦେଶକ ଶିବନନ୍ଦ ମିଶ୍ର , ପ୍ରତାପ ଚମ୍ପତି ଓ ସୁଧୀର ରଥ । ସେହିପରି ୨ ଜଣ ସୁରକ୍ଷା କର୍ମୀ ହେଲେ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରା । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କର ଇନଫୋସିଟି ପୋଲିସ କୋର୍ଟ ଚାଲାଣ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *