ରାସ୍ତା ଖରାପ ଯୋଗୁଁ ଅଧାରାସ୍ତାରେ ଫସିଲା ଆମ୍ବୁଲାନ୍ସ

ଅଧାରେ ଅଟକିଲା ଆମ୍ବୁଲାନ୍ସ । ରାସ୍ତା ଖରାପ ଯୋଗୁଁ ଅଧାରାସ୍ତା ରେ ଫସିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ କୁ ଟାଣି ଉଦ୍ଧାର କଲା ଟ୍ରାକ୍ଟର । ଶବ ଛାଡିବା ପାଇଁ ଆସିଥିଲା ଆମ୍ବୁଲାନ୍ସ ।  ରାସ୍ତା ଖରାପ ଯୋଗୁଁ କଣ୍ଟାମାଲ ବ୍ଲକ ଘଣ୍ଟାପଡା ପଂଚାୟତ ତବଡା ଗ୍ରାମ ନିକଟରେ ରାସ୍ତା ରେ ଫସିଲା ଆମ୍ବୁଲାନ୍ସ । ସୂଚନାମୁତାବକ କଣ୍ଟାମାଳ ବ୍ଲକ ବିରାମୁଣ୍ଡା ଗ୍ରାମର ତୁଳା ନାୟକ ଦେହ ଅସୁସ୍ଥ କାରଣ ରୁ ସେ ବୁର୍ଲା ରେ ଚିକିତ୍ସାଧିନ ଥିଲେ । ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଗାଁ ଅଣାଯାଇଥିଲା । ଆମ୍ବୁଲାନ୍ସ ଟି ଶବ ଛାଡି ପାଇଁ ଆସିବା ବେଳେ ଅଧା ରାସ୍ତା ରେ କଣ୍ଟାମାଲ ବ୍ଲକ ଘଣ୍ଟାପଡା ପଂଚାୟତ ତବଡା ଗ୍ରାମ ନିକଟରେ ଅଟକି ଯାଇଥିଲା । ରାସ୍ତା ରେ କାଦୁଆ ଯୋଗୁଁ ଆମ୍ବୁଲାନ୍ସ ଆଗକୁ ବଢି ପାରି ନଥିଲା । ପରେ ସ୍ଥିତି ଏଭଳି ହୋଇଥିଲା । ଗ୍ରାମ ରୁ ଏକ ଟ୍ରାକ୍ଟର ଡକାଯାଇ ଆମ୍ବୁଲାନ୍ସ କୁ ଉଦ୍ଧାର କରାଯାଇଥିଲା । ରାସ୍ତା ଖରାପ ପାଇଁ ବର୍ଷା ଦିନ ଆସିଲେ ଏହି ରାସ୍ତା ରେ ଏଭଳି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *