ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କଲେ ରାଜ୍ୟ ସରକାର । ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗ ର ପୂର୍ବାନୁମାନ କୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଲେ ରାଜସ୍ୱ ମନ୍ତ୍ରୀ । ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି । ବାତ୍ୟା ନେଇ ଆମେରିକାର ଏକ ସଂସ୍ଥା ଆକଳନ କରୁଛି । କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥା କେବଳ ବର୍ଷା ହେବ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ କରିଛି । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ତାକୁ ରେଡ଼ ଆଲର୍ଟ ରେ ରଖା ଯାଇଛି । ଉପକୂଳ ଜିଲ୍ଲା ଗୁଡିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now