ରାଜ୍ୟ ସରକାରଙ୍କ ତରଫରୁ କଳିଙ୍ଗ ଷ୍ଟାଡିୟମରେ ମେଗା ନିଯୁକ୍ତି ମେଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ନିଯୁକ୍ତି ପତ୍ର ବାଣ୍ଟୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋଟ ୭ହଜାର ୨୯୩ଜଣଙ୍କୁ ନିଯୁକ୍ତି। ଏଥିରେ ୧୧ଟି ବିଭାଗର ୪୯୨୮ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ସେହିଭଳି ସ୍ଵରାଷ୍ଟ୍ର ବିଭାଗର ୨୩୬୫ଜଣଙ୍କୁ ପ୍ରଶିକ୍ଷଣ ପତ୍ର ବଣ୍ଟନ କରାଯିବ।(ଏମାନେ ପୂର୍ବରୁ ଏସ୍ ଏସ୍ ବି ଓ ଆଇଆରବିରେ ନିଯୁକ୍ତି ପାଇ ପ୍ରଶିକ୍ଷଣ ନେଉଛନ୍ତି।
୧୧ଟି ବିଭାଗରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୨୧୫୪ଜଣ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ। ଏଥିରେ ୧୯୧୩ ଜଣ ମାଧ୍ୟମିକ ଶିକ୍ଷକ ଥିବାବେଳେ ୨୪୧ଜଣ ପିଜିଟି ଶିକ୍ଷକ ଅଛନ୍ତି।ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ୧୭୫୦ଜଣ, ସୂଚନା ଓ ଲୋକସମ୍ପର୍କ ବିଭାଗର ୩୯ଜଣ ଏସ୍ଡିଆଇପିଆର୍ଓ, ଇସ୍ପାତ ଓ ଖଣି ବିଭାଗର ୧୪ଜଣ ଜୁନିଅର କେମିଷ୍ଟ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ୧୫ଜଣ ପାରାମେଡିକ୍, ବାଣିଜ୍ୟ ଓ ପରିବହନ ନିଯୁକ୍ତି ମେଳା ବିଭାଗର ୧୭ଜଣ କନିଷ୍ଠ ଷ୍ଟେନା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ୬୭୨ଜଣ ଏଏଫ୍ଓ, ଉଚ୍ଚ ଶିକ୍ଷା ବିଭାଗର ୭୪ଜଣ ଜୁନିଅର ଆସିଷ୍ଟାଣ୍ଟ, ପିଇଟି, ଲାବୋରେଟୋରି ଆସିଷ୍ଟାଣ୍ଟ, କୃଷି ଓ କୃଷକ ସଶକ୍ତକରଣ ବିଭାଗର ୧୧୭ଜଣ, ଆଡଭୋଗେଟ୍ ଜେନେରାଲଙ୍କ କାର୍ଯ୍ୟାଳୟରେ ୪୦ଜଣ, ଜଳସମ୍ପଦ ବିଭାଗରେ ୩୬ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯାଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now