ମୋଟର vehicle act ଅନୁଯାୟୀ ଗାଡ଼ିର ସବୁପ୍ରକାର ପ୍ରମାଣପତ୍ର ରହିବ କଥା। ଏସବୁ ଦରକାର। ସଡ଼କ ସୁରକ୍ଷା ମାସ ଆସୁଥିବାରୁ ପ୍ରଦୂଷଣ ସାର୍ଟିଫିକେଟ କୋହଳ କରାଯାଇଛି। ଯାହାର ପ୍ରଦୂର୍ଷଣ ପ୍ରମାଣ ପତ୍ର ନାହିଁ ତାହା ଉପରେ କାର୍ଯ୍ୟନୁଷ୍ଠାନ ହେବ। ଗୋଟେ କଥା ହେଉଛି 2019 ରେ ଯେଉଁ ଫାଇନ ବଢ଼ାଯାଇଛି ଆମେ କୋହଳ କରିବା ପାଇଁ ତର୍ଜମା କରିବୁ। ନୁଆଗଡିକୁ ବି ପ୍ରଦୂର୍ଷଣ ପ୍ରମାଣପତ୍ର ମିଳୁଛି ପୁରୁଣାକୁ ବି ପ୍ରଦୂର୍ଷଣ ପ୍ରମାଣପତ୍ର ମିଳୁଛି। ଯାହାର ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଆସନ୍ତା ଫେବୃଆରୀ ମାସରୁ ଗାଡ଼ିରେ ଗ୍ରିନ ଷ୍ଟିକର ଲାଗିବ।
ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା MBS। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଛି। ଆମ ବିଭାଗ ଯେମିତି କ୍ଷତି ସହିବନି ସେନେଇ ଆଲୋଚନା ସରିଛି। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ଥିବା 1422 ଟି ବସ ଯୋଗେ ଏହି ସେବା ସ୍କୁଲ ପିଲାଙ୍କୁ ମାଗଣାରେ ଯୋଗାଇଦିଆଯିବ। କେଉଁ ରୁଟରେ କେତେ ବସ ଚାକିବା ଦରକାର ତାହା OSRTC ସ୍ଥିର କରିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now