ନନ୍ଦିଗାଁରେ ଉତ୍ତେଜନା, ପୋଲିସ ମୁତୟନ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ନନ୍ଦୀଗାଁ ରେ ଜଣେ ବ୍ୟକ୍ତିଙ୍କ ଅପମୃତ୍ୟୁକୁ ନେଇ ଉତ୍ତେଜନା। ଭଗବାନ ଚମ୍ପି ନାମକ ବ୍ୟକ୍ତି ଗୁରୁବାର ଦିନ ଚାଷୀ ଜମିକୁ ଯାଇ ଏକ ଗଛରେ ଆତ୍ମହତ୍ୟା କରିଥିବା ବେଳେ, ଏହି ଘଟଣାକୁ ନେଇ ଗାଁରେ ରାତିସାରା ଉତ୍ତେଜନା ଦେଖା ଦେଇଥିଲା। ଏନେଇ ନନ୍ଦପୁର ଆଇଆଇସିଙ୍କ ସମେତ ଉପଖଣ୍ଡ ଅଧିକାରୀ ଏବଂ ଏକ ପ୍ଲାଟୁନ ପୋଲିସ ଫୋର୍ସ ଗାଁରେ ମୁତୟନ ହୋଇଛନ୍ତି। ଏହି ଘଟଣାକୁ ନେଇ ଗାଁ ସରପଞ୍ଚଙ୍କ ସହ ଏକ ଶାନ୍ତି ଆଲୋଚନା କରାଯାଇଥିଲା। ତେବେ ଗାଁରେ ଗୁଣିଗାରେଡି କରି ମାରିଥିବା ନେଇ ଉର୍ଦ୍ଧବ ଚମ୍ପି, ଭଗବତୀ ଚମ୍ପିଙ୍କ ଉପରେ ସନ୍ଦେହ କରି ଉତ୍ତେଜନା ଲାଗିରହିଥିଲା। ନନ୍ଦପୁର ପୋଲିସ ପହଞ୍ଚି ଉର୍ଦ୍ଧବ ଚମ୍ପି, ଭଗବତୀ ଚମ୍ପି, ଓ ଡ଼ମ୍ବୁରୁ ଚମ୍ପିଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ସେପେଟେ ମୃତକଙ୍କ ପରିବାର ପକ୍ଷରୁ ପୂର୍ବରୁ ଗୁଣି ଗାରେଡି ସନ୍ଦେହରେ ନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା। ଗାଁରେ ଏହି ଦୁଇ ପରିବାର ମଧ୍ୟରେ ଗତ କିଛି ମାସ ହେବ ତିକ୍ତତା ଲାଗି ରହିଥିଲା। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଭଗବାନ ଆତ୍ମହତ୍ୟା କଲେ ତାହାର ତଦନ୍ତ ଚାଲିଥିବା କହିଛନ୍ତି ନନ୍ଦପୁର ଉପଖଣ୍ଡ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *