ଗୁଣିଗାରେଡ଼ିକୁ ନେଇ ହତ୍ୟା

ରାଞ୍ଚି: ଗୁଣିଗାରେଡ଼ି ସନ୍ଦେହରେ ତିନି ଜଣ ମହିଳାଙ୍କୁ ହତ୍ୟା କରିଛନ୍ତି ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡର ରାଞ୍ଚିରେ। ରାଞ୍ଚିର ସୋନାହାଟୁ ଗାଁରେ ହତ୍ୟାର ଶୀକାର ହୋଇଥିବା ତିନି ମହିଳାଙ୍କ ବୟସ ୬୦ରୁ ବେଶୀ। ପୁଲିସ ପ୍ରାଥମିକ ତଦନ୍ତ କରି ୪ ଜଣଙ୍କୁ ଅଟକ ରଖିଛି।

ଅନ୍ଧବିଶ୍ୱାସର କରୁଣ ପରିଣତି। ୩ ଜଣ ମହିଳାଙ୍କୁ ମାରିଦେଲେ ଗ୍ରାମବାସୀ। ଗାଁରେ ରହି ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ମର୍ଡର କଲେ। ହତ୍ୟାର ଶୀକାର ହୋଇଥିବା ତିନି ମହିଳାଙ୍କ ବୟସ ୬୦ରୁ ଅଧିକ। ଝାଡ଼ଖଣ୍ଡ ରାଞ୍ଚିର ସୋନାହାଟୁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୁଲିସ ଖବର ପାଇ ୪ ଜଣଙ୍କୁ ଅଟକ ରଖିଛି। ଡାହାଣୀ ସନ୍ଦେହରେ ହତ୍ୟା କରି ୩ ମହିଳାଙ୍କ ଶବକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ଗ୍ରାମବାସୀ। ଆଗ ଏମାନଙ୍କୁ ନିସ୍ତୁକ ପିଟିଥିଲେ ଲୋକେ।

ଡିଏସପିଙ୍କ ନେତୃତ୍ୱରେ ଚାରୋଟି ଥାନାର ପୁଲିସ ଅଧିକାରୀ ଏଠାରେ କ୍ୟାମ୍ପ୍ କରିଛନ୍ତି। ରାଣାଡ଼ିହ ଗାଁରେ ହତ୍ୟାର ଶୀକାର ହୋଇଥିବା ୩ ମହିଳାଙ୍କ ଶବକୁ ଜଙ୍ଗଲରୁ ଜବତ କରିଛି ପୁଲିସ। ମୃତକ ହେଲେ ରାଇଲୁ ଦେବୀ, ଢୋଲି ଦେବୀ ଓ ଆଲୋମନି ଦେବୀ। ତେବେ ପ୍ରଥମ ଦୁଇ ମହିଳାଙ୍କ ଶବ ଜବତ ହୋଇଥିଲା ବେଳେ ତୃତୀୟ ମହିଳାଙ୍କ ଶବ ଜବତ ହୋଇପାରିନି। ଶବକୁ ଠାବ କରିବାକୁ ପୁଲିସ କ୍ରମାଗତ ଛାନଭିନ୍ ଜାରି ରଖିଛି। ଡିଏସପିଙ୍କ ନେତୃତ୍ୱରେ ତମାଡ଼, ଇଚାଗଡ଼ ଓ ରାହେ ଥାନାର ପୁଲିସ ଗାଁରେ କ୍ୟାମ୍ପ୍ କରିଛି।

ସେପ୍ଟେମ୍ୱର୨ ରାତିରେ ଏକଲବ୍ୟ ବିଦ୍ୟାଳୟର ଜଣେ ଛାତ୍ର ରାଣାଡିହ ଗାଁର ରାମସକଲ ସିଂଙ୍କ ପୁଅ ୧୮ ବର୍ଷୀୟ ରାଜକିଶୋର ସିଂ ମୁଣ୍ଡାଙ୍କ ସର୍ପାଘାତରେ ମୃତ୍ୟୁ ହୋଇଥିଲା। ଝଡ଼ାଫୁଙ୍କା କରିବାକୁ ଗାଁ ଲୋକେ ସାପୁଆକୁ ଡାକିଥିଲେ। କିନ୍ତୁ ମୃତକଙ୍କ ପରିବାରକୁ ଏହା ଡାହାଣୀର କାମ ବୋଲି କହିଥିଲା ସଂପୃକ୍ତ ସାପୁଆ। ସାପୁଆ ଏହା ବି କହିଥିଲା କି, ସେ ମନ୍ତ୍ର ପଢିଛନ୍ତି। ଡାହାଣୀ ଘରେ କେହି ନା କେହି ମରିବେ। ସଂଯୋଗବଶତଃ ଘଟଣାର ପର ଦିନ ଗାଁର ଅଭିମନ୍ୟୁ ସିଂ ମୁଣ୍ଡାଙ୍କ ପୁଅ ୧୯ ବର୍ଷୀୟ ଲଳିତ ସିଂଙ୍କୁ ବି ସାପ କାମୁଡି ଦେଇଥିଲା। ତତ୍କାଳ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଆଉ ସୌଭାଗ୍ୟବଶତଃ ସେ ବଞ୍ଚିଗଲେ। ଆଉ ଏହି ଘଟଣା ପରେ ପୁରା ଗାଁ ସଂପୃକ୍ତ ସାପୁଆ କଥାକୁ ବିଶ୍ୱାସ କରିଥିଲେ। ଗାଁରେ ବୈଠକ ଡାକି ଆଗ ଅଭିମନ୍ୟୁ ସିଂଙ୍କ ପତ୍ନୀ ରାଇଲୁ ଦେବୀଙ୍କୁ ଡାହାଣୀ କହି ତାଙ୍କୁ ମାଡ଼ପିଟ୍ କରିଥିଲେ। ଆଉ ମାଡ଼ ଭୟରେ ନିଜେ ଡାହାଣୀ କହିବା ସହ ଆଉ ଦୁଇ ଜଣଙ୍କ ନାଁ ବି ନେଇଥିଲେ ରାଇଲୁ। ଆଉ ସର୍ବସମ୍ମୁଖରେ ତିନି ଜଣଙ୍କୁ ପିଟି ହତ୍ୟା କରିଦେଲେ ଲୋକେ।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *