୨୦ ମିନିଟ ଧରି ଆକାଶରେ କଳା କୌଶଳ

ଭୁବନେଶ୍ବର: ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଏୟାର ସୋର  ସରିଲା ଅଭ୍ୟାସ। ଆସନ୍ତାକାଲି ରାଜଧାନୀବାସୀ ବାୟୁସେନାର ଏୟାର ସୋ ଦେଖିବା ଆଗରୁ ଆଜି ଦେଖିଛନ୍ତି ଅଭ୍ୟାସ। ପ୍ରାୟ ୨୦ ମିନିଟ୍ ଧରି ଆକାଶମାର୍ଗରେ ଫୁଲ୍ ଡ୍ରେସ୍ ରିହଲସଲ କରିଛି ବାୟୁସେନା। ଆଉ ଏହାକୁ ଦେଖିବାକୁ କୁଆଖାଇ ନଦୀପଠା ବେଶ୍ ଲୋକାରଣ୍ୟ ହୋଇପଡ଼ିଥିଲା।

ଆଜାଦିର ଅମୃତ ମହୋତ୍ସବ ଅବସରରେ ଭୁବନେଶ୍ୱରରେ ହେବାକୁ ଯାଉଛି ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ। କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଶୁକ୍ରବାର ଏହାକୁ ଉପଭୋଗ କରିବେ ରାଜଧାନୀ ବାସିନ୍ଦା। କିନ୍ତୁ ତା ଆଗରୁ ଆଜି ଫୁଲ୍ ଡ୍ରେସ ରିହଲସଲ ଦେଖି ବେଶ୍ ଆନନ୍ଦ ଉଠାଇଛନ୍ତି ଲୋକେ। ବାୟୁସେନାର ୯ଟି ହକ୍ ବିମାନ ଆକାଶମାର୍ଗରେ ନିଜର ସାହସିକତା ଦେଖାଇଛି। ୨୦ ମିନିଟ୍ ଧରି କଳାକୌଶଳ ଦେଖାଯାଇଛି। ଏହାକୁ ଦେଖିବାକୁ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା ନଦୀପଠାରେ। ସେଥିଲାଗି କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ଶହେ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି।

ସେପଟେ ଶୁକ୍ରବାର ବାୟୁସେନାର ସୂର୍ଯ୍ୟକିରଣ ସୋ ସକାଳ ୧୦ଟା ୧୬ରୁ ଦେଖିବାକୁ ପାଇବେ ରାଜଧାନୀ ବାସିନ୍ଦା। କେବଳ ରାଜଧାନୀ କାହିଁକି, ଆଖପାଖ ଜିଲ୍ଲାରୁ ବି ଲୋକେ ଛୁଟି ଆସିବେ ଏହାକୁ ଉପଭୋଗ କରିବାକୁ। ଟ୍ରାଫିକ ସମସ୍ୟା ନ ଉପୁଜିବା ଲାଗି ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଲୋକେ ଆଜିର ଫୁଲ୍ ଡ୍ରେସ୍ ରିହଲସଲ ଦେଖି ବେଶ୍ ଉପଭୋଗ କରିଛନ୍ତି। ନିକଟରୁ ଏଭଳି ସୋ ଦେଖିବାକୁ ମଉକା ମିଳିଥିବାରୁ ଏହାକୁ ହାତଛଡ଼ା କରିବାକୁ ଚାହିଁନାହାନ୍ତି।

ପ୍ରଥମ ପର୍ଯ୍ୟାୟରେ ୯ଟି ବିମାନ ଏକା ସାଙ୍ଗରେ ଉଡ଼ିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଦୁଇଟି ଲେଖାଏଁ ବିମାନ ୧୬ଶହ କିଲୋମିଟର ପ୍ରତି ଘଣ୍ଟା ବେଗରେ ୨ଶହରୁ ୩ଶହ ଫୁଟ୍ ଉଚ୍ଚରେ ସୋ ଦେଖାଇଛନ୍ତି।

ନବକିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *