ଗୁଜରାଟରେ ଏକ ଭୟଙ୍କର ସଡକ ଦୁର୍ଘଟଣା; ୬ ମୃତ୍ୟୁ,୮ ଗୁରୁତର ଆହତ

ଗୁଜରାଟରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାଟି ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସୱେରେ ଘଟିଛି।ଏହି ବିଳାସପୂର୍ଣ୍ଣ ବସ୍ ସହିତ ଟ୍ରକ୍ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି।ସୂଚନା ଅନୁଯାୟୀ, ମହାରାଷ୍ଟ୍ରରୁ ରାଜସ୍ଥାନକୁ ଏକ ବଡ ବସ୍ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ୪.୩୦ ସମୟରେ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଆହତଙ୍କୁ ଚିକିତ୍ସା ସମୟରେ ଜୀବନ ଚାଲି ଯାଇଥିଲା।ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେତୁ ଏହି ଦୁର୍ଘଟଣା ଘଟିଛି। କହିବାକୁ ଗଲେ ବସ୍ଟି ପମ୍ପଚର ହୋଇଯାଇଥିଲା। ଏହା ପରେ ବସ୍ ରାସ୍ତା ପାଖରେ ଅଟକି ରହିଥିଲା। ବସ୍ର ଡ୍ରାଇଭର ଏବଂ କଣ୍ଡକ୍ଟର ବସ୍ ତଳେ ଯାଇ ଗାଡି ଠିକ୍ କରୁଥିଲେ। ଏହା’ପରେ ପଛରୁ ଉଚ୍ଚ ବେଗରେ ଆସୁଥିବା ଏକ ଟ୍ରକ୍ ବସ୍ କୁ ଧକ୍କା ଦେଇଥିଲା | ଯାହା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *