ଜାମ୍ମୁ ଓ କଶ୍ମୀରର ବାନ୍ଦିପୁର ଜିଲ୍ଲାର ଏସ୍କେ ପୟେନ ଅଞ୍ଚଳରେ ସେନାର ଏକ ଟ୍ରକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଘାଟି ତଳକୁ ଟ୍ରକ୍ ଖସି ପଡ଼ିବାରୁ ୪ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ପାହାଡ଼ ଉପରେ ବୁଲାଣି ରାସ୍ତାରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛିଆହତ ଯବାନମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନାର ମେଡିକାଲ ଅଧୀକ୍ଷକ ଡାକ୍ତର କହିଛନ୍ତି ଯେ ୫ ଆହତଙ୍କୁ ଏଠାକୁ ଅଣାଯାଇଥିଲା, ସେଥିମଧ୍ୟରୁ ୨ ଜଣ ମୃତ, ୩ ଆହତଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଶ୍ରୀନଗରକୁ ପଠାଯାଇଛି। ଦୁର୍ଘଟଣା ପରେ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଖାନାରେ ପହଞ୍ଚିଥିଲେ।
ସୂଚନା ଅନୁଯାୟୀ, ସେନା ଗାଡ଼ି ଖାଲରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାସ୍ତା କଡ଼ରେ ଥିବା ଖାଲରେ ପଡ଼ିଯିବା ପରେ ସେନା ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା। ଘଟଣାସ୍ଥଳରେ ସେନାର ଯବାନ ଓ ପୁଲିସ କର୍ମଚାରୀ ପହଞ୍ଚି ତଦାରଖ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now