ବାହାଘରରେ ଯୋଗ ଦେଇ ଫେରୁଥିଲେ ବରଯାତ୍ରୀ । ଭ୍ୟାନରେ ଡ୍ରାଇଭର ସମେତ ଥିଲେ ୬ । ହସଖୁସିରେ ଚାଲିଥିଲା କଥାବାର୍ତ୍ତା । ହେଲେ ହଠାତ ଘଟିଲା ଅଘଟଣ । ଭାରସାମ୍ୟ ହରାଇ ରାସ୍ତାକ଼ଡକୁ ଓଲଟି ପଡିଲା ଭ୍ୟାନ । ଘଟଣାସ୍ଥଳରେ ଆଖି ବୁଜି ଦେଇଛନ୍ତି ଡ୍ରାଇଭର । ୬ ଗୁରୁତର ମେଡିକାଲରେ ଭର୍ତ୍ତି ।
ସୂଚନାଅନୁଯାୟୀ ଆଜି ଭୋର ସମୟରେ ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ଜାତୀୟ ରାଜପଥ ୨୬ କୋକସରା ଥାନା ଚିଲିଗୁଡା ଗାଁ ନିକଟରେ ରାସ୍ତା କଡ଼ ରେ ଓଲଟି ପଡିବାରୁ ଗାଡି ର ଡ୍ରାଇଭର ଭଜନ କର ଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି, ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ଗୁରୁତର ଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକ ହେଲେ ଜୁନାଗଡ଼ ଥାନା ବରଗାଁ ର ଭଜନ କର । ଗୁରୁତର ମାନେ ହେଲେ ସୁବାସ ଖମାରି,ବବିଲୁ ହରିଜନ,ସୁମନ୍ତ କର,ଧର୍ମରାଜ କର,ଅରୁପ ଖମାରି ତୋଫାନ ସୁନାନୀ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଛତିଶଗଡ଼ କେରଣ୍ଡୁଲ ରୁ ବରଯାତ୍ରୀ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। କୋକସରା ପୁଲିସ ଘଟଣା ର ତଦନ୍ତ ଜାରି ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now