ଟନେଲ ଭିତରେ ଚମତ୍କାର- ୯ଦିନ ପରେ ୨ ଜଣ ଜୀବନ୍ତ ଉଦ୍ଧାର
୯ ଦିନ ଯାଏ ମୃତ୍ୟୁର ଛାଇରେ ଫସିଥିଲେ ସଞ୍ଜୟ ଓ କବୀର। ଯେଉଁ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ନଦୀ, ବରଫ, ପଥର ଓ କାଦୁଅ ଅବଶେଷରେ ଘେରା ଥିବା ଟନେଲ ଭିତରେ ୨୪୦ ଘଣ୍ଟା ଯାଏ ବିନା ଆଲୁଅ, ଭୋଜନ ଓ ସାହାଯ୍ୟରେ ସଞ୍ଜୟଙ୍କ ନିଃଶ୍ୱାସପ୍ରଶ୍ୱାସ ଚାଲିଥିଲା। ଏହାକୁ ରେସକ୍ୟୁ ଟିମ୍ ଈଶ୍ୱରଙ୍କ ଆଶୀର୍ବାଦ ଓ ଚମତ୍କାର ବୋଲି କହିଛନ୍ତି।

ନେପାଳର ପ୍ରଳୟଙ୍କାରୀ ବନ୍ୟା ଭିତରେ ଏମିତି ଏକ ଚମତ୍କାର ଘଟିଛି। ଯାହା ପୁରା ଦୁନିଆକୁ ବିଚଳିତ କରିଛି। ୯ ଦିନ ପରେ ଟନେଲରୁ ରେସକ୍ୟୁ। ନେପାଳ ବନ୍ୟା ବିଭୀଷିକା ଭିତରେ ଟନେଲ ଭିତରେ ଘଟିଲା ମିରାକିଲ୍ ବା ଚମତ୍କାର। ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ଭାରତୀୟ ଟନେଲ ରେସକ୍ୟୁ ଟିମ୍। ତ୍ରିଶୂଳୀ-୩ ହାଇଡ୍ରୋପାଓ୍ୱାର ପ୍ରୋଜେକ୍ଟର ସୁଡ଼ଙ୍ଗରେ ଫସିଥିବା ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା। ଜୀବନ୍ତ ଉଦ୍ଧାର ହେଲେ ମେକାନିକାଲ ଫୋରମ୍ୟାନ୍ ସଞ୍ଜୟ ଶାହ ଓ ସୁପରଭାଇଜର କବୀର ମହର୍ଜନ। ଏତେ ଦିନ ଧରି କେମିତି ଜୀବିତ ଥିଲେ,ତାକୁ ଦେଖି ରେସକ୍ୟୁ ଟିମ୍ ବି ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଟନେଲର ସର୍ଚ୍ଚ ସାଫ୍ଟରେ ରେସକ୍ୟୁ ଟିମ୍ ଭିତରେ ଫସିଥିବା ଲୋକଙ୍କ ଶବ୍ଦ ଶୁଣିଥିଲେ। ଏହା ପରେ ସେମାନଙ୍କୁ ବାହାର କରିବାକୁ କାମ ଆରମ୍ଭ କରାଗଲା। ତ୍ରିଶୂଳୀ ୩ଏ ଜଳବିଦ୍ୟୁତ ପ୍ରକଳ୍ପର ଭୟାନକ ଅନ୍ଧାରି ଟନେଲରେ ୯ ଦିନ ଯାଏ ମୃତ୍ୟୁର ଛାଇରେ ଫସିଥିଲେ ସଞ୍ଜୟ ଓ କବୀର। ଯେଉଁ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ନଦୀ, ବରଫ, ପଥର ଓ କାଦୁଅ ଅବଶେଷରେ ଘେରା ଥିବା ଟନେଲ ଭିତରେ ୨୪୦ ଘଣ୍ଟା ଯାଏ ବିନା ଆଲୁଅ, ଭୋଜନ ଓ ସାହାଯ୍ୟରେ ସଞ୍ଜୟଙ୍କ ନିଃଶ୍ୱାସପ୍ରଶ୍ୱାସ ଚାଲିଥିଲା। ଏହାକୁ ରେସକ୍ୟୁ ଟିମ୍ ଈଶ୍ୱରଙ୍କ ଆଶୀର୍ବାଦ ଓ ଚମତ୍କାର ବୋଲି କହିଛନ୍ତି। ସଞ୍ଜୟଙ୍କୁ ଆଗ ରେସକ୍ୟୁ ପରେ ଟନେଲରେ ଫସିଥିବା କବୀରଙ୍କୁ ବି ଉଦ୍ଧାର କରାଯାଇଥିଲା। ସେମାନଙ୍କ ଚେହେରା ମାଟି,କାଦୁଅରେ ଭର୍ତ୍ତି ଥିଲା। ଡାକ୍ତରୀ ଟିମ୍ ତୁରନ୍ତ ଏମାନଙ୍କୁ ଚିକିତ୍ସା କରିଥିଲେ। ସଞ୍ଜୟଙ୍କଠୁ ମିଳିଥିବା ସୂଚନା ଅନୁସାରେ ଏହି ବିପଜ୍ଜନକ ଟନେଲ ଭିତରେ ଏବେ ବି ଅନେକ ଲୋକ ଜୀବନମରଣ ସହ ଜୁଝୁଛନ୍ତି। ଏହି ତଥ୍ୟ ମିଳିବା ପରେ ବାକି ଲୋକଙ୍କୁ ଖୋଜିବାକୁ ରେସକ୍ୟୁ ଅଭିଯାନ ଜାରି ରହିଛି। ସଞ୍ଜୟଙ୍କ କହିବା କଥା, ସେ ଟନେଲର କଣ୍ଟ୍ରୋଲ ରୁମରେ ଥିଲେ। ସେଠାରେ ଏମିତିରେ ୫ରୁ୬ ଲୋକ ରହିଥାଆନ୍ତି। କିନ୍ତୁ ସେ ଦିନ ପ୍ରାୟ ୪୦ରୁ ୫୦ ଲୋକ ଉପସ୍ଥିତ ଥିଲେ। ତାଙ୍କର ଦାୟିତ୍ୱ ଥିଲା, ସେ ସମସ୍ତଙ୍କ ଜୀବନ ବଞ୍ଚାଇବେ। ଏତେବଡ଼ ପ୍ରଳୟ ପରେ ସେ କେବଳ ନିଜ ଜୀବନ ବଞ୍ଚାଇ ଦୌଡ଼ି ପଳାଇବାକୁ ଭାବିଲେନି। ସଞ୍ଜୟ କହିଛନ୍ତି, ଯେତେବେଳେ ଉପରି ପାହାଡ଼ରୁ ପ୍ରଳୟଙ୍କରୀ ବନ୍ୟା ଆସୁଥିବା ଖବର ପାଇଲେ, ସେ ସୁଡ଼ଙ୍ଗରେ ଥିବା ଲୋକଙ୍କୁ ତୁରନ୍ତ ସତର୍କ କରାଇବା ସହ ବାହାରକୁ ଚାଲିଯିବାକୁ କହିଥିଲେ। ଆଉ ସେ ଯେତେବେଳେ ବାହାରିବାକୁ ଚେଷ୍ଟା କରିଥିଲେ, ହେଲେ ମଉକା ପାଇଲେନି। କାରଣ ସେତେବେଳକୁ ସମସ୍ତରାସ୍ତା ବନ୍ଦ ହୋଇସାରିଥିଲା। ଅଧିକାରୀଙ୍କ କହିବା କଥା, ତ୍ରିଶୂଳି ନଦୀ କୂଳରେ ହୋଇଥିବା ୬ଟି ହାଇଡ୍ରୋପାଓ୍ୱାର ପ୍ରୋଜେକ୍ଟର ସୁଡ଼ଙ୍ଗରେ ପ୍ରାୟ ୯ଶହ ଲୋକ ଫସିଥିବାର ଆଶଙ୍କା ରହିଛି। ଅଗଷ୍ଟ ୨୬ରେ ତ୍ରିଶୂଳୀ ନଦୀ ଘାଟିରେ ଅଚାନକ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୧୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।
