ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ
ତାଙ୍କ ଉପରକୁ ପଥର ଫିଙ୍ଗିବା ସହ ଧକ୍କା ମାରିଥିଲେ। ସୁରକ୍ଷାକର୍ମୀ ତାଙ୍କୁ ଭିଡ଼ ମଧ୍ୟରୁ ବାହାର କରିବା ପାଇଁ ନାକେଦମ୍ ହୋଇପଡିଥିଲେ। ତାଙ୍କୁ ହେଲମେଟ୍ ପିନ୍ଧାଇଥିଲେ।
P
By Pradeep Kumar NayakPublished: May 30, 2026, 05:45 PM • 1 min read

ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ। ପଶ୍ଚିମବଙ୍ଗର ସୋନାରପୁର ଅଞ୍ଚଳରେ ଆଜି ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ସେ ନିର୍ବାଚନ ପରବର୍ତ୍ତୀ ହିଂସାରେ ପ୍ରଭାବିତ ଟିଏମସି କର୍ମୀଙ୍କ ପରିବାରଙ୍କୁ ଭେଟିବାକୁ ଯାଇଥିବାବେଳେ କିଛି ବିକ୍ଷୋଭକାରୀ ତାଙ୍କୁ ଘେରି ଧରିଥିଲେ। ତାଙ୍କ ଉପରକୁ ପଥର ଫିଙ୍ଗିବା ସହ ଧକ୍କା ମାରିଥିଲେ। ସୁରକ୍ଷାକର୍ମୀ ତାଙ୍କୁ ଭିଡ଼ ମଧ୍ୟରୁ ବାହାର କରିବା ପାଇଁ ନାକେଦମ୍ ହୋଇପଡିଥିଲେ। ତାଙ୍କୁ ହେଲମେଟ୍ ପିନ୍ଧାଇଥିଲେ। କିଛି ଭିଡିଓରେ ତାଙ୍କ ଜାମା ଛିଣ୍ଡିଯାଇଥିବା ଏବଂ କଳା ପତାକା ଦେଖାଯାଇଥିବା ଦାବି ହୋଇଛି। ଅଭିଷେକ ବାନାର୍ଜୀ ଏହି ଘଟଣା ପାଇଁ BJPକୁ ଦାୟୀ କରିଥିବାବେଳେ BJP ପକ୍ଷରୁ ଏନେଇ ପ୍ରତିକ୍ରିୟା ଆସିଛି। ଘଟଣା ପରେ ଅଭିଷେକ ବାନାର୍ଜୀ କହିଛନ୍ତି, ତାଙ୍କୁ ଏଭଳି ଭୟ ଦେଖାଇ କେହି ରୋକିପାରିବେନି। ସେ ଆଇନଗତ ଲଢ଼େଇ ଜାରି ରଖିବେ।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
