ମିଡିଆ ଟ୍ରାଏଲ ବିରୁଦ୍ଧରେ ହାଇକୋର୍ଟ ଗଲେ ଆଶାରାମ
ଆଶାରାମ ବାପୁଙ୍କ ଚାଲିଛି ମିଡିଆ ଟ୍ରାଏଲ। ୨୦୧୩ ଦୁଷ୍କର୍ମ ମାମଲାରେ ଆସାରାମଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତଇ ରାଜସ୍ଥାନ ହାଇକୋର୍ଟ। ହେଲେ ମିଡିଆ ଯେଭଳି ନକରାତ୍ମକ ଖବର ପରିବେଷଣ କରୁଛନ୍ତି। ଆଶାରାମଙ୍କୁ ଦୋଷୀ ସଜାଇଦେଇଛି। ଏହା ବିରୁଦ୍ଧରେ ରାଜସ୍ଥାନ ହାଇକୋର୍ଟ ଯାଇଥିଲେ ଆଶାରାମ।

ଆଶାରାମ ବାପୁ ବନାମ ମିଡିଆ ଟ୍ରାଏଲ
ଆଶାରାମ ବାପୁଙ୍କ ଚାଲିଛି ମିଡିଆ ଟ୍ରାଏଲ। ୨୦୧୩ ଦୁଷ୍କର୍ମ ମାମଲାରେ ଆସାରାମଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତଇ ରାଜସ୍ଥାନ ହାଇକୋର୍ଟ। ହେଲେ ମିଡିଆ ଯେଭଳି ନକରାତ୍ମକ ଖବର ପରିବେଷଣ କରୁଛନ୍ତି। ଆଶାରାମଙ୍କୁ ଦୋଷୀ ସଜାଇଦେଇଛି। ଏହା ବିରୁଦ୍ଧରେ ରାଜସ୍ଥାନ ହାଇକୋର୍ଟ ଯାଇଥିଲେ ଆଶାରାମ। ହେଲେ ଏଭଳି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି ହାଇକୋର୍ଟ। ପୀଡ଼ିତାଙ୍କ ସ୍ୱରକୁ ଏଡ଼ାଇ ହେବନି। ଯିଏ ନିଜ ମର୍ଯ୍ୟାଦା ଜଗି ସମାଜରେ ବଞ୍ଚିବାକୁ ଚାହୁଁଛି। ସେଠାରେ ମିଡିଆ ଟ୍ରାଏଲର କଥା ଉଠୁଛି କେଉଁଠୁ। ଅଗଷ୍ଟ ୨୦୧୩ରେ ଯୋଧପୁରର ମନଇ ଗାଁସ୍ଥିତ ଆଶ୍ରମରେ ନାବାଳିକା ସହ ଦୁଷ୍କର୍ମର ଆରୋପ ଲାଗିଥିଲା। ୨୦୧୮ରେ ଯୋଧପୁର ପୋକ୍ସୋ କୋର୍ଟ ଅଦଲାତରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜୀବନ କାରାଦଣ୍ଡ ଦେଇଥିଲେ। ସଜ୍ଜା ବିରୁଦ୍ଧରେ ଆଶାରାମ ରାଜସ୍ଥାନ ହାଇକୋର୍ଟରେ ଅପିଲ କରିଥିଲେ। ନେଗେଟିଭି ମିଡିଆ କଭରେଜରୁ ଆଶାରାମଙ୍କ ଟ୍ରଏଲ ପ୍ରଭାବିତ ହୋଇଥିଲା ବୋଲି ଯୁକ୍ତି ଦର୍ଶାଇଥିଲେ ଓକିଲ। ମିଡିଆ ପକ୍ଷପାତିତା କରିଥିଲା। ଏ ସବୁ ଚ୍ୟାନେଲକୁ ବହିଷ୍କାର ଲାଗି ଦାବି କରିଥିଲେ। ମିଡିଆର ପ୍ରତିକୂଳ ରିପୋର୍ଟିଂ ଅଦାଲତରେ ଟ୍ରାଏଲ ବା ଅନ୍ତିମ ଆଦେଶ ଉପରେ ପ୍ରଭାବ ପକାଏନା ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଆଉ ଆଶାରାମଙ୍କ ଆଜୀବନ କାରାଦଣ୍ଡକୁ କାଏମ ରଖିଲେ ହାଇକୋର୍ଟ।
