ସୁହୈବ ମର୍ଡର ମାମଲା- ସମସ୍ତ ଅଭିଯୁକ୍ତ କେରଳ ହାଇକୋର୍ଟର ଦ୍ୱାରସ୍ଥ
ବହୁ ଚର୍ଚ୍ଚିତ କେରଳର କନ୍ନୁରରେ ଯୁବ କଂଗ୍ରେସ କର୍ମୀ ସୁହୈବ ହତ୍ୟାକାଣ୍ଡ ମାମଲାରେ ସମସ୍ତ ୧୭ ଅଭିଯୁକ୍ତ କେରଳ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅତିରିକ୍ତ ସେସନ ଅଦାଲତ ସମସ୍ତ ଅଭିଯୁକ୍ତଙ୍କ ଜାମିନ ରଦ୍ଦ କରିଦେଇଛନ୍ତି। ଏ ସମସ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଅଦାଲତ ହୃଦବୋଧ କରିଥିଲେ ଯେ, ଅଭିଯୁକ୍ତ ଓ ତାଙ୍କ ଓକିଲ ମକଦ୍ଦମାର କାର୍ଯ୍ୟବାହୀରେ ଜାଣିଶୁଣି ସହଯୋଗ କରୁନାହାନ୍ତି। ସାକ୍ଷୀଙ୍କୁ ପ୍ରଭାବିତ କରି ଶୁଣାଣୀରେ ବିଳମ୍ୱ କରୁଛନ୍ତି। ଜାମିନ ରଦ୍ଦ ପରେ ସମସ୍ତ ଅଭିଯୁକ୍ତଙ୍କୁ ଥାଲାସେରିର ସ୍ପେଶିଆଲ ସବଜେଲକୁ ପଠାଇ ଦିଆଯାଇଛି। ଏହି ରାୟ ବିରୁଦ୍ଧରେ ଅଭିଯୁକ୍ତ କେରଳ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଘଟଣା ଥିଲା କିଛି ଏମିତି। ଫେବୃଆରୀ ୧୨, ୨୦୧୮। ସୁହୈବଙ୍କୁ ସିପିଆଇଏମର କାର୍ଯ୍ୟକର୍ତ୍ତା ଧାରୁଆ ଅସ୍ତ୍ରରେ ନିର୍ମମ ହତ୍ୟା କରିଥିଲେ। ଏଭଳି ସମ୍ୱେଦନଶୀଳ ରାଜନୀତିକ ହିଂସାର ଶୁଣାଣୀ ଥାଲାସେରି କୋର୍ଟରେ ଗଲା ସୋମବାରଠୁ ଆରମ୍ଭ ହୋଇଛି। ଘଟଣାକ୍ରମରେ ଡ୍ରାମାଟିକ୍ ସ୍ଥିତି ଉପୁଜିଥିଲା। ଅଭିଯୁକ୍ତଙ୍କ ଓକିଲ ସାକ୍ଷୀଙ୍କୁ କ୍ରସ ଏକ୍ସଜାମିନ୍ କରିନଥିଲେ। ପାଲଟା କହିଥିଲେ, ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଟ୍ରାଏଲ ପ୍ରୋସିଡିଂରେ ସହଯୋଗ କରିନଥିଲେ। ଏସପି ସୁହୈବ ଇଡାୟାନୁର ବାସିନ୍ଦା। ସେ ଯୁବ କଂଗ୍ରେସର ମାଟ୍ଟାନୁର ବ୍ଲକ ସେକ୍ରେଟାରୀ ଭାବେ କାର୍ଯ୍ୟରତ ଥିଲେ।