ASHOK SIDHARTH QUIT POLITICS: ରାଜନୀତିରେ ଅଶୋକଙ୍କ ସନ୍ୟାସ- ମାୟାବତୀ କାଲି ରଖିଥିଲେ ସର୍ତ୍ତ
ଆପଣଙ୍କ ବିରୁଦ୍ଧରେ କିଛି କରିବାକୁ ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନାହିଁ। ଅଶୋକ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ। ସେ ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦଙ୍କ ଶ୍ୱଶୁର। ଦିନକ ଆଗରୁ ଅଶୋକଙ୍କୁ ରାଜନୀତିରୁ ସନ୍ୟାସ ନେଇଯିବାକୁ ପରାମର୍ଶ ଦେବା ସହ ସର୍ତ୍ତ ରଖିଥିଲେ ମାୟାବତୀ। ଅଶୋକଙ୍କ ସ୍ୱାର୍ଥ ଓ ମହତ୍ତ୍ୱକାଙ୍କ୍ଷା ଲାଗି ଆକାଶଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି ବୋଲି କହିଥିଲେ ମାୟାବତୀ।

ରାଜନୀତିରୁ ସନ୍ୟାସ ନେଇଗଲେ ଅଶୋକ ସିଦ୍ଧାର୍ଥ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ-ରେ ରିଟାୟାରମେଣ୍ଟର ଘୋଷଣା କଲେ। ଅଶୋକ ଲେଖିଛନ୍ତି ଯେ, ମାୟାବତୀଙ୍କ ଆଦେଶ ତାଙ୍କ ଲାଗି ଦୁନିଆର ସବୁଠୁ ବଡ଼ ଅଟେ। ତାଙ୍କ ଆଦେଶ ଆଗରେ ସମସ୍ତ ସମ୍ପର୍କ ଓ ପରିବାର ବହୁ ଛୋଟ। ତାଙ୍କ ମାର୍ଗଦର୍ଶନରେ ସେ ଆମ୍ୱେଦକରଙ୍କ ମିଶନ ଲାଗି ସଦା ସମର୍ପିତ। ସେ ମାୟାବତୀଙ୍କ ଋଣ କଦାପି ସୁଝିପାରିବେନି। ଦଳର ପ୍ରତିଷ୍ଠାତା ସ୍ୱର୍ଗତ କାଂଶୀରାମଙ୍କ ରାଣ ଖାଇ କହିଲେ, ସେ କଦାପି ବିଏସପି ବିରୁଦ୍ଧରେ କାମ କରିନାହାନ୍ତି। ଆଉ ଆପଣଙ୍କ ବିରୁଦ୍ଧରେ କିଛି କରିବାକୁ ସେ ସ୍ୱପ୍ନରେ ସୁଦ୍ଧା ଭାବିନାହାନ୍ତି। ଅଶୋକ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ। ସେ ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦଙ୍କ ଶ୍ୱଶୁର। ଦିନକ ଆଗରୁ ଅଶୋକଙ୍କୁ ରାଜନୀତିରୁ ସନ୍ୟାସ ନେଇଯିବାକୁ ପରାମର୍ଶ ଦେବା ସହ ସର୍ତ୍ତ ରଖିଥିଲେ ମାୟାବତୀ। ଅଶୋକଙ୍କ ସ୍ୱାର୍ଥ ଓ ମହତ୍ତ୍ୱକାଙ୍କ୍ଷା ଲାଗି ଆକାଶଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି ବୋଲି କହିଥିଲେ ମାୟାବତୀ। ଶ୍ୱଶୁର ଯଦି ରାଜନୀତିରୁ ସନ୍ୟାସ ନେବେ, ତାହେଲେ ଯାଇ ଜ୍ୱାଇଁଙ୍କୁ ପାର୍ଟିରେ ମିଳିବ ଦାୟିତ୍ୱ ବୋଲି କହିଥିଲେ। ଶ୍ୱଶୁର ଅଶୋକ ସିଦ୍ଧାର୍ଥ ଓ ଜ୍ୱାଇଁ ଆକାଶ ଆନନ୍ଦଙ୍କ ସନ୍ଦର୍ଭରେ ଏଭଳି ବଡ଼ କଥା କହିଥିଲେ ମାୟାବତୀ। ଆକାଶ ଆନନ୍ଦ ହେଉଛନ୍ତି ମାୟାବତୀଙ୍କ ପୁତୁରା। ମାୟାବତୀ ସ୍ପଷ୍ଟ କରିଛନ୍ତି ତାଙ୍କ ପୁତୁରାକୁ ପାର୍ଟିରେ ଗୁରୁଦାୟିତ୍ୱ ସେତିକିବେଳେ ମିଳିବ, ଯେବେ ଆକାଶଙ୍କ ଶ୍ୱଶୁର ଅଶୋକ ସିଦ୍ଧାର୍ଥ ରାଜନୀତିରୁ ପୁରା ସନ୍ୟାସ ନେବେ। ମାୟାବତୀଙ୍କ ମତରେ, ଅଶୋକ ରାଜନୀତିରୁ ସନ୍ୟାସ ନ ନେବା ଯାଏ ଆଶୋକ ଦଳରେ ମୁକ୍ତ ଭାବେ କାମ କରିବା ସମ୍ଭବ ନୁହେଁ। ପାର୍ଟି ବି ସେତେବେଳେ ଯାଇ ଆକାଶଙ୍କୁ ସହାନୁଭୂତିପୂର୍ବକ ଦାୟିତ୍ୱ ଦେବାକୁ ବିଚାର କରିବ। କାଲି ଏକ୍ସ-ରେ ମାୟାବତୀ ପୋଷ୍ଟ ଲେଖି କହିଥିଲେ ଯେ, ବସପାର ଶୀର୍ଷ ନେତୃତ୍ୱ ଭୁଲ ଭଟକା ଲୋକଙ୍କୁ ତାଙ୍କ ଆଚାର ବ୍ୟବହାର ଦେଖି ପାର୍ଟିରେ ସାମିଲ କରୁଛି। ଯେଉଁ ଲୋକ ଦଳର ଅଗ୍ରଗତିରେ ସାମାନ୍ୟ ବି ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁଛନ୍ତି, ସେମାନଙ୍କ ବିରୁଦ୍ଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ହେବ ଓ ଜାରି ରହିଛି। ଏହାର ଚର୍ଚ୍ଚିତ ଉଦାହରଣ ବିଏସପିର ପୂର୍ବତନ ରାଜ୍ୟସଭା ସାଂସଦ ଅଶୋକ ସିଦ୍ଧାର୍ଥ। ଅଶୋକଙ୍କୁ ସୁଧୁରିବାକୁ ଦଳ ଅନେକ ମଉକା ଦେଲା। କିନ୍ତୁ ବିଏସପିର ମିଶନ ଅପେକ୍ଷା ଅଶୋକ ନିଜ ବ୍ୟକ୍ତିଗତ ଓ ପାରିବାରିକ ସ୍ୱାର୍ଥକୁ ଅଧିକ ମହତ୍ତ୍ୱ ଦେଲେ। ଏହାର ନକରାତ୍ମକ ପ୍ରଭାବ ତାଙ୍କ ଜ୍ୱାଇଁ ଆକାଶ ଆନନ୍ଦଙ୍କୁ ଭୋଗିବାକୁ ପଡ଼ୁଛି। ନିଜ ସ୍ୱାର୍ଥ ଲାଗି ନା ଜ୍ୱାଇଁ ଆକାଶଙ୍କ ଭବିଷ୍ୟତକୁ ଦେଖୁଛନ୍ତି ନା ଦଳର ବୃଦ୍ଧିକୁ। କୁଆଡ଼େ ଗଲା ଦଳ ପାଇଁ ତ୍ୟାଗ, ତପସ୍ୟା ବୋଲି ପଚାରିଥିଲେ ମାୟାବତୀ।
