Assembly start: ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ
ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ। ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି।

ଆସନ୍ତାକାଲିଠୁ ଓଡ଼ିଶା ବିଧାନସଭା । ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ। ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ବିଧାନସଭାର ଅଧିକାରିକ ପୋର୍ଟାଲରେ ମଧ୍ୟ ଏହି ସମୟସୀମା ଦର୍ଶାଯାଇଛି। ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସୁଛି। ଗୃହର କାର୍ଯ୍ୟ ସୁରୁଖୁରୁରେ ଚଳାଇବା ନେଇ ବୈଠକରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ଦଳର ନେତା ଓ ପ୍ରତିନିଧି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ, ଅଧିବେଶନକୁ ନେଇ ଶାସକ ଓ ବିରୋଧୀ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଛନ୍ତି। MMDR ଆଇନ ସଂଶୋଧନ, ପାଠ୍ୟପୁସ୍ତକରେ ତ୍ରୁଟି, ବନ୍ୟା ପରିଚାଳନା ଓ ଆଇନଶୃଙ୍ଖଳା ଭଳି ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି। ସରକାର ପକ୍ଷରୁ ଏହି ସଂକ୍ଷିପ୍ତ ଅଧିବେଶନରେ ପ୍ରାୟ ୫ରୁ ୬ଟି ବିଲ୍ ଆଗତ କରାଯିବା ନେଇ ପୂର୍ବରୁ ସୂଚନା ଦିଆଯାଇଛି।
ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ବିଧାନସଭା ପରିସର ଓ ଏହାର ଆଖପାଖରେ ୩୬ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୧୫୦ରୁ ଅଧିକ ପୋଲିସ ଅଧିକାରୀ ମୁତୟନ ହେବେ।
