Loot Case: ମହିଳାଙ୍କୁ ମାଡ଼ ମାରି ଲୁଟିନେଲେ ୫୦ ହଜାର
ସିମୁଳିଆ ଥାନା ସୁଙ୍ଗୁଡ଼ା ଗ୍ରାମରେ ରାତିରେ ଘରେ ପଶି ଦୁର୍ବୃତ୍ତମାନେ ପ୍ରାୟ ୫୦ ହଜାର ଟଙ୍କା ଓ ସୁନା ଲୁଟିନେଇଥିବା ବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରିଛନ୍ତି | ଅନ୍ୟ ଏକ ଘରେ ମଧ୍ୟ ଲୁଟ୍ ଉଦ୍ୟମ ହୋଇଛି। ପୋଲିସ ତଦନ୍ତ ଜାରି ରଖିଛି।
ରାତିରେ ଘରେ ପଶି ଜଣେ ମହିଳାଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନା ଲୁଟିନେଇଥିବା ଅଭିଯୋଗ ହୋଇଛି | ଏହାସହ ଗାଁର ଅନ୍ୟ ଏକ ଘରେ ମଧ୍ୟ ଲୁଟ୍ ଉଦ୍ୟମ ହୋଇଥିବା ସୂଚନା ମିଳିଛି | ଘଟଣାଟି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଟି ପଞ୍ଚାୟତର ସୁଙ୍ଗୁଡ଼ା ଗ୍ରାମରେ ଘଟିଛି | ସୂଚନା ଅନୁଯାୟୀ, ସୁଙ୍ଗୁଡ଼ା ଗ୍ରାମର ରତ୍ନମଣି ନାୟକ ଓ ତୁଳସୀ ନାୟକ ରାତିରେ ଘରେ ଶୋଇଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଗ୍ରୀଲ୍ ଖୋଲି ଘର ଭିତରକୁ ପ୍ରବେଶ କରିଥିଲେ | ପରେ ସେମାନେ ରତ୍ନମଣି ନାୟକଙ୍କ ଶୋଇବା ଘରେ ପଶି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି | ଦୁର୍ବୃତ୍ତମାନେ ଘରୁ ପ୍ରାୟ "୫୦ ହଜାର ଟଙ୍କା ଓ ଏକ ସୁନା ଲକେଟ୍" ଲୁଟିନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଆକ୍ରମଣରେ ରତ୍ନମଣି ନାୟକ ଆହତ ହୋଇଥିବା ବେଳେ ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ରତ୍ନମଣିଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଛି | ସେହିପରି, ଉକ୍ତ ଗ୍ରାମର ଅନ୍ୟ ଏକ ଘରେ ମଧ୍ୟ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଥିବା ଏବଂ ପରେ ଘଟଣାସ୍ଥଳରୁ ଖସି ପଳାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ସିମୁଳିଆ ପୋଲିସ ତଦନ୍ତ ଜାରି ରଖିଛି |
