Battle Of Baghpat: ଧାଡ଼ିରେ ଛିଡ଼ା ହେଲେ ଆଇନଷ୍ଟାଇନ!
ଆଇନଷ୍ଟାଇନ ଚାଚା ଏକ ଅଫିସ ଆଗରେ ଲମ୍ୱା ଧାଡ଼ିରେ ଛିଡ଼ାହୋଇଛନ୍ତି। କାଉଣ୍ଟରରେ କିଛି ବିଷୟ ବାବଦରେ ପଚାରି ବୁଝୁଛନ୍ତି। ନୂଆ ଭିଡ଼ିଓ ଆସିବା ପରେ ଏକ୍ସ-ରେ ଅନେକ କମେଣ୍ଟ କରିଛନ୍ତି ଯେ, ପୃଥିବୀ ପୃଷ୍ଠକୁ ପୁଣି ଥରେ ଆଇନଷ୍ଟାଇନ ଓହ୍ଲାଇଛନ୍ତି। ତେବେ କେମିତି ଫେମସ୍ ହେଲେ ହରେନ୍ଦ୍ର।

କ୍ୟୁ ରେ ଛିଡ଼ା ହେଲେ ଆଇନଷ୍ଟାଇନ ଚାଚା। ବାଗପତର ହିରୋ। ଓ୍ୱାର ଭେଟେରାନ। ବ୍ୟାଟଲ ଅଫ ବାଗପତ ଭାଇରାଲ ପରେ ୨୦୨୧ରେ ଇଣ୍ଟରନେଟ ସେନସେସନ ପାଲଟିଯାଇଥିଲେ ଆଇନଷ୍ଟାଇନ ଚାଚା ଓରଫ ହରେନ୍ଦ୍ର ସିଂ। ବହୁ ବର୍ଷ ପରେ ଏକ ଧାଡ଼ିରେ ତାଙ୍କୁ ଦେଖିବା ପରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି ସୋସିଆଲ ମିଡିଆରେ। ଇଣ୍ଟରନେଟ ତାଙ୍କର ଏହି ଝଲକ ପାଇବା ମାତ୍ରେ ଆଉ ଚୁପ୍ ବସିପାରିନି। ତାଙ୍କର ଷ୍ଟ୍ରାଇକିଂ ଅରେଞ୍ଜ ହେୟାର ବିଶେଷ କରି ବିଶିଷ୍ଟ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ସହ ମିଶିଯାଏ। ଆଉ ତାଙ୍କର ଆପିରାନ୍ସ ବି କିଛି ସେମିତି। ଏହା ପରେ ହରେନ୍ଦ୍ରଙ୍କ ନିକ୍ ନେମ୍ ଆଇନଷ୍ଟାଇନ ଚାଚା ସହ ଏହା ମେମେରେ ଫେଭୋରାଇଟ୍ ସାଜିଥିଲା। ଭାଇରାଲ ଭିଡ଼ିଓ ସର୍କିଟରେ ପୁଣି ଲମ୍ୱା ସମୟ ବ୍ୟବଧାନରେ ସେ ଦିଶିବାରୁ ତାଙ୍କୁ ନେଇ ପୁଣି ଚର୍ଚ୍ଚା ଚାଲିଛି। ଆଇନଷ୍ଟାଇନ ଚାଚା ଏକ ଅଫିସ ଆଗରେ ଲମ୍ୱା ଧାଡ଼ିରେ ଛିଡ଼ାହୋଇଛନ୍ତି। କାଉଣ୍ଟରରେ କିଛି ବିଷୟ ବାବଦରେ ପଚାରି ବୁଝୁଛନ୍ତି। ନୂଆ ଭିଡ଼ିଓ ଆସିବା ପରେ ଏକ୍ସ-ରେ ଅନେକ କମେଣ୍ଟ କରିଛନ୍ତି ଯେ, ପୃଥିବୀ ପୃଷ୍ଠକୁ ପୁଣି ଥରେ ଆଇନଷ୍ଟାଇନ ଓହ୍ଲାଇଛନ୍ତି। ତେବେ କେମିତି ଫେମସ୍ ହେଲେ ହରେନ୍ଦ୍ର। ୟୁପିର ବାଗପତରେ ଦୁଇ ଦୋକାନୀ ଗୋଷ୍ଠୀ ଭିତରେ ଝଗଡ଼ା ଓ ଉତ୍ତେଜନା ଚାଲିଥିଲା। କିଛି ଲୋକ ଗ୍ରାହକଙ୍କ ସହ ମାଡ଼ପିଟ କରୁଥିଲେ ତ କିଛି ଲୋକ ବାଡ଼ି ଓ ଲୁହାଛଡ଼ରେ ଆକ୍ରମଣ କରୁଥିଲେ। ହରେନ୍ଦ୍ର ସେଠାରେ ପହଞ୍ଚି ବିରୋଧୀ ଗୋଷ୍ଠୀର ସଦସ୍ୟଙ୍କୁ ରୋକିଥିଲେ। ହରେନ୍ଦ୍ର ସିଂହ ବାଘପତରେ ଚାଟ୍ ବିକ୍ରି କରୁଥିଲେ। ୨୦୨୧ ମସିହାରେ ତାଙ୍କ ଚାଟ୍ ଦୋକାନକୁ ନେଇ ଦୁଇ ଦଳ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ହରେନ୍ଦ୍ର ସିଂହଙ୍କ ଲମ୍ୱା, ଘୁଞ୍ଚୁରିଆ ଓ ରଙ୍ଗ କରାଯାଇଥିବା କେଶ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତାଙ୍କ ଚେହେରା ଓ କେଶର ଷ୍ଟାଇଲ୍କୁ ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ସହ ତୁଳନା କରାଯାଇଥିଲା। ଏହାପରେ ତାଙ୍କୁ ସୋସିଆଲ ମିଡିଆରେ ‘ଆଇନଷ୍ଟାଇନ୍ ଚାଚା’ ଏବଂ ‘ଚାଟ୍ ୱାଲେ ଚାଚା’ ବୋଲି କୁହାଯାଇଥିଲା। ଭାଇରାଲ ହେବା ପରେ ତାଙ୍କୁ ଦେଖିବା ଓ ତାଙ୍କ ସହ ସେଲ୍ଫି ନେବା ପାଇଁ ବିଭିନ୍ନ ସ୍ଥାନରୁ ଲୋକେ ତାଙ୍କ ଦୋକାନକୁ ଆସିବାକୁ ଲାଗିଥିଲେ। ପରେ ୨୦୨୩ରେ ହରେନ୍ଦ୍ର ସିଂହ ତାଙ୍କ ଲମ୍ୱା କେଶ କାଟିଦେଇଥିଲେ। ତାଙ୍କ କହିବା ଅନୁସାରେ, ଲୋକଙ୍କ ସେଲ୍ଫି ନେବା ଓ ଭିଡ଼ ଯୋଗୁଁ ଦୋକାନର କାମ ପ୍ରଭାବିତ ହେଉଥିଲା।
