Bhopal Murder & Suicide:ମହିଳା ଇନ୍ସପେକ୍ଟରକୁ ମର୍ଡର- ପ୍ରେମିକ କଲା ସୁଇସାଇଡ୍..
ଆଜି ସକାଳ ୭ଟାରେ ବାହାର କୋଠରୀରେ ମିନାକ୍ଷୀଙ୍କ ରକ୍ତ ଜୁଡୁବୁଡୁ ଶବ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଅନୁସାରେ, ମିନାକ୍ଷୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ପଓ୍ୱନ। ହେଲେ ମିନାକ୍ଷୀ ଏଥିଲାଗି ରାଜି ନଥିଲେ। ପୁଲିସର ଆଶଙ୍କା ଯେ, ଏହାକୁ ନେଇ ରବିବାର ବିଳମ୍ୱିତ ରାତିରେ ବିବାଦ ବଢ଼ିବାରୁ ମିନାକ୍ଷୀଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ମାରିଦେଇଛି ପଓ୍ୱନ।

ଭୋପାଳରେ ମହିଳା ଇନ୍ସପେକ୍ଟରଙ୍କୁ ମର୍ଡର। ପ୍ରେମିକ ବି କରିଦେଲା ସୁଇସାଇଡ। ବିବାହକୁ ନେଇ ବିବାଦରୁ ଏଭଳି କାଣ୍ଡ ଘଟିଛି ବୋଲି ପ୍ରାଥମିକ ଆକଳନ କରିଛି ପୁଲିସ। ଭୋପାଳର ଦତିୟାର ଆରଟିଓ ଇନ୍ସପେକ୍ଟର ୪୫ ବର୍ଷୀୟା ମିନାକ୍ଷୀ ଗୋଖଲେଙ୍କ ଶବ ମିଳିଛ। ତାଙ୍କ ମୁଣ୍ଡରେ ଗଭୀର କ୍ଷତର ଚିହ୍ନ ଅଛି। ଶବ ପାଖରେ ରକ୍ତଲଗା ହାତୁଡ଼ି ପଡ଼ିଥିଲା। ଯେଉଁ ଘରେ ମିନାକ୍ଷୀଙ୍କ ମର୍ଡର ହୋଇଛି, ସେ ଘର ତାଙ୍କ ପ୍ରେମିକ ୪୮ ବର୍ଷୀୟ ପଓ୍ୱନ ଦ୍ୱିବେଦୀର। ମିନାକ୍ଷୀ ରବିବାର ସଂଧ୍ୟା ୭ଟାରେ ନିଜ ସାଙ୍ଗ କୃତିକା ସହ ଏଠାରେ ପହଞ୍ଚିଥିଲା। ତାଙ୍କର ୩ ବର୍ଷର ଝିଅ ଅଛି। ରାତିରେ ମିନାକ୍ଷୀଙ୍କ ୩ ବର୍ଷର ଝିଅ ସହ ଆଉ ଏକ କୋଠରୀରେ ଶୋଇଥିଲେ କୃତିକା। ହେଲେ ଆଜି ସକାଳ ୭ଟାରେ ବାହାର କୋଠରୀରେ ମିନାକ୍ଷୀଙ୍କ ରକ୍ତ ଜୁଡୁବୁଡୁ ଶବ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଅନୁସାରେ, ମିନାକ୍ଷୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ପଓ୍ୱନ। ହେଲେ ମିନାକ୍ଷୀ ଏଥିଲାଗି ରାଜି ନଥିଲେ। ପୁଲିସର ଆଶଙ୍କା ଯେ, ଏହାକୁ ନେଇ ରବିବାର ବିଳମ୍ୱିତ ରାତିରେ ବିବାଦ ବଢ଼ିବାରୁ ମିନାକ୍ଷୀଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ମାରିଦେଇଛି ପଓ୍ୱନ। ଅଭିଯୁକ୍ତ ମିନାକ୍ଷୀଙ୍କୁ ଅଗଣାରେ ମାରିଛି। ଏହା ପରେ ଶବକୁ ଘୋଷାଡ଼ି ଘରର ଡ୍ରଇଂ ରୁମକୁ ନେଇ ବାହାରୁ ଲକ୍ କରିଦେଇଥିଲା। ଆଉ ଏହା ପରେ ଘରଠୁ ୨୦ ମିଟର ଦୂର ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଦେଇଛି। ପଓ୍ୱନର ପକେଟରୁ ବ୍ୟାଙ୍କ ପାସବୁକ୍ ମିଳିଛି। ପଓ୍ୱନ ସିଧି ଜିଲ୍ଲାର ମୂଳବାସିନ୍ଦା। ସେ ଇନ୍ଦୋରରେ କୋଚିଂ କ୍ଲାସ୍ ଚଳାଉଥିଲା। ମିନାକ୍ଷୀ ଓ ପଓ୍ୱନଙ୍କ ସାକ୍ଷାତ ଇନ୍ଦୋରରେ ହୋଇଥିଲା। ସେତେବେଳେ ମିନାକ୍ଷୀ ଅବିବାହିତ ଥିଲେ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିଲେ। ୨ ବର୍ଷ ତଳେ ମିନାକ୍ଷୀ ଓ ତାଙ୍କ ସ୍ୱାମୀଙ୍କ ଭିତରେ ଛାଡ଼ପତ୍ର ହୋଇଥିଲା।
