PATNA NEWS: ପାଟନାରେ ଅଭାବନୀୟ କାଣ୍ଡ: ନିଶା ସକ୍ତ ପୁଅ ମା'କୁ ଜିଅନ୍ତା ପୋଡ଼ି ମାରିଲା
ପାଟନାର ଖାଜେକଲାଂ ଥାନା କ୍ଷେତ୍ରରେ ନିଶା ଅବସ୍ଥାରେ ଗୋଟିଏ ପୁଅ ନିଜର ୬୦ବର୍ଷୀୟ ମା ମଞ୍ଜୁ ଦେବୀଙ୍କ ଜିଅନ୍ତା ଜଳାଇ ମାରିବାର ଅଭିଯୋଗ ଲାଗିଛି | ଅଭିଯୁକ୍ତ ଚିଣ୍ଟୁ କୁମାର କୁ ଗିରଫ କରିବାକୁ ପହଞ୍ଚିଥିବା ପୋଲିସ ସହିତ ମାରପିଟ୍ କରିଥିଲେ | ଗିରଫ ପରେ ସେ ନିଜକୁ ଭଗବାନ କହିବାକୁ ଲାଗିଲା ଓ ମା କୁ ହତ୍ୟା କରିଥିବା କଥା କହିବାକୁ ଲାଗିଲା |

ପାଟନାରେ ଆଶ୍ଚଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି | ଏହା ଖାଜେକଲାଂ ଥାନା କ୍ଷେତ୍ରରେ ଦିୱାନ କଲୋନୀରେ ଗୋଟିଏ ପୁଅ ନିଜର ୬୦ବର୍ଷୀୟ ମା'କୁ ଜିଅନ୍ତା ଜଳାଇ ହତ୍ୟା କରିବାର ଅଭିଯୋଗ ଲାଗିଛି | କୁହାଯାଉଛି ଯେ ଅଭିଯୁକ୍ତ ଚିଣ୍ଟୁ କୁମାର ନିଶା ଅବସ୍ଥାରେ ଥିଲେ | ପୋଲିସ ଯେବେ ତାକୁ ଗିରଫ କରିବାକୁ ଆସିଥିଲେ ତାଙ୍କ ସହ ମାରପିଟ୍ କରିବା ସହ ନିଜକୁ ଭଗବାନ ବୋଲି କହିବାକୁ ଲାଗିଲେ | ପୋଲିସ ଅନୁସାରେ ,ମୃତକଙ୍କ ପରିଚୟ ୬୦ବର୍ଷୀୟ ମଞ୍ଜୁ ଦେବୀଙ୍କ ରୂପରେ ହୋଇଛି | ସେ ଖାଜେକଲାଂ ଥାନା କ୍ଷେତ୍ରରେ ଦିୱାନ କଲୋନୀରେ ରହୁଥିଲେ | ତାଙ୍କର ପୁଅ ଚିଣ୍ଟୁ କୁମାର ଅଟୋ ରିକ୍ସା ଚଲଉଥିବା ସହ ସେ ଅଭ୍ୟାସଗତ ଭାବେ ନିଶାସେବନ କରୁଥିଲେ | ଅଭିଯୁକ୍ତ ନିଶା ଅବସ୍ଥାରେ ନିଜ ମାକୁ ଘର ଭିତରେ ଜିଅନ୍ତା ଜଳାଇ ଥିଲେ | ଘଟଣାର ସୂଚନା ମିଳିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳର ପହଞ୍ଚିଥିଲେ , କିନ୍ତୁ ସେପର୍ଯ୍ୟନ୍ତ ମହିଳାଙ୍କ ମୃତ୍ୟୁ ଘଟିଥିଲା | ଏହା ପରେ ପୋଲିସ ଟିମ ଅଭିଯୁକ୍ତ ଚିଣ୍ଟୁ କୁମାରଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲେ | ସେହି ସମୟରେ ଅଭିଯୁକ୍ତ ପୋଲିସଙ୍କ ମାରପିଟ୍ କରିବା ଆରମ୍ଭ କରିଦେଇଥିଲା | ପୋଲିସ କୌଣସି ପ୍ରକାରରେ ଚିଣ୍ଟୁଙ୍କୁ ଗିରଫ କରିଥିଲା | ଗିରଫ କରିବା ପରେ ତାର ବ୍ୟବହାର ସାମାନ୍ୟ ନଥିଲା | ସେ ପୋଲିସ ଆଗରେ ନିଜକୁ ଭଗବାନ ,ତା ସହ ଏଇଟା କଳିଯୁଗ ଓ ସେ ତା ମା'କୁ ମାରିଛି କହିବାକୁ ଲାଗିଲା | ପୋଲିସ ମଞ୍ଜୁ ଦେବୀ ଶବକୁ ପୋଷ୍ଟ ମାର୍ଟମ ପାଇଁ ପାଟନାର NMCH କୁ ପଠାଇଥିଲେ | ପୋଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି ଏବଂ ହତ୍ୟା ପଛରେ ଥିବା କାରଣ ସହ ଘଟଣାଟିର ତଦନ୍ତ କରୁଛି | ଘଟଣା ସମୟ ବେଳେ ଅଭିଯୁକ୍ତ କୌଣସି ପ୍ରକାରର ନିଶା ଗ୍ରହଣ କରିଥିଲେ ପୋଲିସ ତାହା ମଧ୍ୟ ତଦନ୍ତ କରୁଛି |
