Jamui Sexual Harassment:ରାସ୍ତାରେ ଘୋଷାଡ଼ିଲେ, ଅଶ୍ଳୀଳ ଆଚରଣ
ନାବାଳିକା ଓ ତାଙ୍କ ବନ୍ଧୁଙ୍କ ସହ ଅଭଦ୍ରତାର ଭିଡ଼ିଓ ଭାଇରାଲ ପରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛି। ନା ଆଇନର ଭୟ ଅଛି ନା ଲୋକଲଜ୍ଜା। ରାସ୍ତାରେ ଯାଉଥିବା ଦୁଇ ସ୍କୁଲ ପିଲାଙ୍କ ସହ ରୋଡ୍ ରୋମିଓଙ୍କ ଗ୍ରୁପ ଯେଭଳି କାରନାମା କଲେ, ତାହା ବିହାରର ମୁଣ୍ଡକୁ ତଳକୁ କରିଦେଇଛି।

ଜମୁଇରେ ଜୁଲୁମ। ବାଇକରେ ଯାଉଥିବା ନାବାଳକ ପୁଅ ଝିଅ ସହ ଅସଦାଚରଣ। ରାସ୍ତାରୁ ଟେକିନେଲେ ରୋଡ୍ ରୋମିଓ। ଛାଡ଼ିଦେବାକୁ ହାତ ଯୋଡ଼ି ଯେତେ କାକୁତିମିନତି ହୋଇଥିଲେ ସୁଦ୍ଧା ନାବାଳିକାଙ୍କୁ ଅସଦାଚରଣ କରି ଯୌନଶୋଷଣ କରିବାକୁ ଲାଗିଲେ। ବ୍ୟାଡ୍ ଟଚ୍ କରିବାକୁ ଲାଗିଲେ। ଘଟଣା ସେପ୍ଟେମ୍ୱର ୧୯ର। ଘଟଣାର ଭିଡ଼ିଓ କରି ସୋସିଆଲ ମିଡିଆରେ କରିଥିଲେ ଭାଇରାଲ। ପୁଲିସ ପୋକ୍ସୋ ଆକ୍ଟ ଆଧାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ମାମଲାରେ ଏସଆଇଟି ଗଠନ ହୋଇଛି। ନାବାଳିକା ଓ ତାଙ୍କ ବନ୍ଧୁଙ୍କ ସହ ଅଭଦ୍ରତାର ଭିଡ଼ିଓ ଭାଇରାଲ ପରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛି। ନା ଆଇନର ଭୟ ଅଛି ନା ଲୋକଲଜ୍ଜା। ରାସ୍ତାରେ ଯାଉଥିବା ଦୁଇ ସ୍କୁଲ ପିଲାଙ୍କ ସହ ରୋଡ୍ ରୋମିଓଙ୍କ ଗ୍ରୁପ ଯେଭଳି କାରନାମା କଲେ, ତାହା ବିହାରର ମୁଣ୍ଡକୁ ତଳକୁ କରିଦେଇଛି। ସଭ୍ୟ ସମାଜରେ ଲଗାଇଦେଇଛି କଳଙ୍କ। ୧୯ ତାରିଖ ସଂଧ୍ୟାରେ ସ୍କୁଟିରେ ଘରକୁ ଫେରୁଥିଲା ବେଳେ ମଝି ରାସ୍ତାରେ ୬ରୁ୭ ଜଣଙ୍କ ହାବୁଡ଼ରେ ପଡ଼ିଗଲେ। ଏଭଳି ଅଶ୍ଲୀଳ ହରକତ କରି ରାସ୍ତାରେ ଘୋଷାଡ଼ିଥିଲେ ବଦମାସ। ଜମୁଇରେ ନାବାଳିକାଙ୍କ ସହ ଏଭଳି ଜଘନ୍ୟ କୃତ ଲାଗି ମହିଳା ଆୟୋଗ କହିଛନ୍ତି, ଦୋଷୀଙ୍କୁ କୌଣସିମତେ ବରଦାସ୍ତ କରାଯିବନି।
