Meerut Blue Drum Verdict:ନୀଳଡ୍ରମ୍ ମର୍ଡର ମାମଲା- କାଲି ଆସିବ କୋର୍ଟଙ୍କ ରାୟ
ରକ୍ତର ଛିଟା ପୁରା ଘରେ ଲାଗିଥିଲା। ଶବକୁ ନିର୍ମମ ଭାବେ କାଟି ସିମେଣ୍ଟର ନୀଳ ଡ୍ରମରେ ପ୍ଲାଷ୍ଟର କରିଦିଆଯାଇଥିଲା। ଶବ ବ୍ୟବଛେଦ ରିପୋର୍ଟରେ ହତ୍ୟାର କ୍ରୁରତାର ପୁଷ୍ଟି ହୋଇଥିଲା। ଡ୍ରମକୁ ଲେବର ଲଗାଇ କଟାଯାଇଥିଲା।ବୟଫ୍ରେଣ୍ଡ ସାହିଲ ସହ ମିଶି ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲା ମୁସ୍କାନ

ୟୁପିର ବହୁଚର୍ଚ୍ଚିତ ନୀଳ ଡ୍ରମ୍ ମର୍ଡର ମାମଲାରେ କାଲି ଆସିବ କୋର୍ଟଙ୍କ ରାୟ। ବୟଫ୍ରେଣ୍ଡ ସାହିଲ ସହ ମିଶି ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲା ମୁସ୍କାନ। ଆଉ ପରେ ଶବକୁ ନୀଳ ଡ୍ରମରେ ପ୍ୟାକ୍ କରିଦେଇଥିଲା। ୧୨୬ଟି ତାରିଖ, ୨୨ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଶୁଣାଇବେ ରାୟ। ମିରଟର ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମିଶ୍ରାଙ୍କ ରାୟକୁ ସମସ୍ତଙ୍କ ଅପେକ୍ଷା ରହିଛି। ଅଭିଯୁକ୍ତ ମୁସ୍କାନ ରସ୍ତୋଗି ଓ ତା ପ୍ରେମିକ ସାହିଲ ବି କୋର୍ଟରେ ହାଜର ହେବେ। ମାର୍ଚ୍ଚ ୧୯, ୨୦୨୫ରେ ମୁସ୍କାନ ଓ ସାହିଲକୁ ପୁଲିସ ଜେଲ୍ ପଠାଇଥିଲା। ମାର୍ଚ୍ଚ ୧୭ରେ ଏ ମାମଲା କୋର୍ଟରେ ପହଞ୍ଚିଥିଲା। ଜୁଲାଇ ୨୦୨୫ରେ କେସ୍ ଜିଲ୍ଲା ଜଜ କୋର୍ଟରେ ଟ୍ରାଏଲକୁ ଆସିଥିଲା। ୧୩ ମାସ ଧରି ଏହାକୁ ନେଇ ଶୁଣାଣୀ ଚାଲିଲା। ସୌରଭ ହତ୍ୟାକାଣ୍ଡ ପୁରା ସୁନିୟୋଜିତ ଥିଲା। ଅଭିଯୁକ୍ତମାନେ ଆଗୁଆ ଚାକୁ, ଅସ୍ତୁରା, ସିମେଣ୍ଟ, ବାଲି ଓ ବଡ଼ ନୀଳ ଡ୍ରମ କିଣିକି ରଖିଥିଲେ। ପୁଲିସର ଫରେନସିକ ଟିମ୍ ର ସାକ୍ଷ୍ୟ ଘଟଣାସ୍ଥଳର ଭୟାବହତାକୁ ଉଜାଗର କରିଥିଲା। ରକ୍ତର ଛିଟା ପୁରା ଘରେ ଲାଗିଥିଲା। ଶବକୁ ନିର୍ମମ ଭାବେ କାଟି ସିମେଣ୍ଟର ନୀଳ ଡ୍ରମରେ ପ୍ଲାଷ୍ଟର କରିଦିଆଯାଇଥିଲା। ଶବ ବ୍ୟବଛେଦ ରିପୋର୍ଟରେ ହତ୍ୟାର କ୍ରୁରତାର ପୁଷ୍ଟି ହୋଇଥିଲା। ଡ୍ରମକୁ ଲେବର ଲଗାଇ କଟାଯାଇଥିଲା। ଡ୍ରମ ଭିତରେ ୩ ଖଣ୍ଡ ହୋଇଥିବା ସୌରଭର ଶବ ମଳିଥିଲା। ଲଗାତାର ସିମେଣ୍ଟରେ ଚାପି ହୋଇରହିଥିବାରୁ ଶବର ସ୍ଥାନେ ସ୍ଥାନେ ଧଳା ହୋଇଯାଇଥିଲା। ହାତ, ମୁଣ୍ଡ ଓ କହୁଣୀ କଟାଯାଇଥିଲା। ଶରୀରରୁ ନିଶା ପଦାର୍ଥ ବାହାରିଥିଲା। ଯାହା ମୃତ୍ୟୁ ପୂର୍ବରୁ ସୌରଭ ଖାଇଥିଲେ। ଘଟଣାର କ୍ରମ ଥିଲା ଏମିତି। ଫେବୃଆରୀ ୨୪ରେ ଲଣ୍ଡନରୁ ଫେରି ମିରଟ ଆସିଥିଲା ସୌରଭ। ଇନ୍ଦ୍ରାନଗରେ ପତ୍ନୀ ଓ ଝିଅ ସହ ସମୟ କାଟିବାକୁ ଆସିଥିଲେ। ଫେବୃଆରୀ ୨୫ରେ ପତ୍ନୀ ମୁସ୍କାନର ବାର୍ଥ-ଡେ ପାଳିବାକୁ ଯାଇ ଘରେ ପାର୍ଟି ରଖିଥିଲେ। ଫେବୃଆରୀ ୨୮ରେ ଝିଅ ପିହୁର ଜନ୍ମଦିନ ପାଳିଥିଲେ। ମାର୍ଚ୍ଚ ୩ରେ ରାତ୍ରିଭୋଜନରେ ନିଦର ବଟିକା ମିଶାଇଦେଇଥିଲେ ମୁସ୍କାନ। ଆଉ ସୌରଭକୁ ବେଡରୁମରେ ଶୁଆଇଦେଲା। ଏହା ପରେ ସାହିଲକୁ ଫୋନ୍ କରି ଘରକୁ ଡାକିଥିଲା। ସୌରଭକୁ ମାରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ହାଣିଲା। ଏହା ପର ଦିନ ଝିଅକୁ ନିଜ ମାଆ ଘରେ ଛାଡ଼ି ଦେଇଥିଲା। ଆଉ ସାହିଲ ସହ ସିମଲା ଚାଲିଗଲା। ମାର୍ଚ୍ଚ ୧୭ରେ ସିମଲାରୁ ଫେରିଥିଲା। ଆଉ ବାପ ଘରେ ପହଞ୍ଚି ବାପା ମାଆଙ୍କୁ ପୁରା ଘଟଣା ବତାଇଥିଲା। ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିଲେ ସୌରଭ। ପରିବାରର ଇଛା ବିରୁଦ୍ଧରେ ଯାଇ ମୁସ୍କାନଙ୍କୁ ସେ ଭଲ ପାଇ ୨୦୧୬ରେ ବିବାହ କରିଥିଲେ। ବିବାହ ପରେ ସୌରଭ ଲଣ୍ଡନରେ ଚାକିରୀ କରୁଥିଲେ। ମୁସ୍କାନ କିନ୍ତୁ ମିରଟରେ ରହୁଥିଲେ। ଏହା ଭିତରେ ସାହିଲ ନାମକ ଯୁବକ ସହ ତାଙ୍କର ଆଫେୟାର ଆରମ୍ଭ ହୋଇଥିଲା।
