Past Enemity:ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି, ରାସ୍ତା ମଝିରେ ଯୁବକଙ୍କୁ ଆକ୍ରମଣ
ରାସ୍ତା ମଝିରେ ଯୁବକଙ୍କୁ ଅତର୍କିତ ମରଣାନ୍ତକ ଆକ୍ରମଣ | ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏମ୍କେସିଜି ସ୍ଥାନାନ୍ତର ହୋଇଛି | ଆକ୍ରମଣକାରୀଙ୍କୁ ଖୋଜୁଛି ପୋଲିସ |
S
By Swarna Prava GiriPublished: Sep 29, 2026, 01:28 PM •1 min read •9 Views
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ | ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଘାସିବିଲି ଓ କମାଶାସନ ଛକ ମଧ୍ୟରେ ଜଣେ ଯୁବକଙ୍କୁ କିଛି ଯୁବକ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି | ଆକ୍ରମଣରେ ଗୁରୁତର ଆହତ ଯୁବକ ଜଣକ ହେଲେ ଆସିକା ଗୌଡ଼ଗୋଠ ଗାଁର କାଳିଆ ନାହକ | ସୂଚନା ଅନୁସାରେ, କାଳିଆ ଆସିକାରୁ ନିଜ ଗାଁ ଗୌଡ଼ଗୋଠକୁ ଫେରୁଥିବା ସମୟରେ ତାଙ୍କୁ କିଛି ଯୁବକ ଅଟକାଇ ହଠାତ୍ ଆକ୍ରମଣ କରିଥିଲେ। ଆକ୍ରମଣରେ ସେ ଘଟଣାସ୍ଥଳରେ ଗୁରୁତର ହୋଇପଡ଼ିଥିଲେ | ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ | ତେବେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଉଛି | ଘଟଣାର ଖବର ପାଇ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି | ଆକ୍ରମଣର କାରଣ ଓ ଏଥିରେ ସମ୍ପୃକ୍ତ ଯୁବକମାନଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି |
Comments0
Leave a Reply
Loading comments...
