CEC Z+ Security:ପ୍ରଦର୍ଶନ ପରେ ବଢ଼ିଲା CECଙ୍କ ସୁରକ୍ଷା
ଭୋଟର ତାଲିକାରେ ଅନିୟମିତତାକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ Z+ ସୁରକ୍ଷା ବଢ଼ାଯାଇଛି |

SIRରେ ଅନିୟମିତତାକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ, କେନ୍ଦ୍ର ସରକାର ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ 'Z+' ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛନ୍ତି | ମିଳିଥିବା ସୂଚନା ଅନୁସାରେ ,ଦିଲ୍ଲୀ ଓ ଆଗ୍ରା ସ୍ଥିତ ମୁଖ୍ୟ ନିର୍ବାଚନ କମିଶନରଙ୍କ ଘର ବାହାରେ ହୋଇଥିବା ପ୍ରଦର୍ଶନ ପରେ ସୁରକ୍ଷା ଏଜେନ୍ସି ଏହି ପଦକ୍ଷେପ ନେଇଛନ୍ତି | ଏହା ପୂର୍ବରୁ ଭାରତୀୟ ଯୁବ କଂଗ୍ରେସ ୨୭ ସେପ୍ଟେମ୍ବରକୁ ତାଙ୍କ ଇସ୍ତଫା ପାଇଁ ଦାବିକୁ ନେଇ ଘର ବାହାରେ ପ୍ରଦର୍ଶନ କରିଥିଲେ, ଯାହାଙ୍କୁ ପୁଲିସ ଓ ସୁରକ୍ଷାକର୍ମୀମାନେ ତୁରନ୍ତ ଅଟକାଇ ଦେଇଥିଲେ | ଅଧିକାରୀମାନଙ୍କ ଅନୁଯାୟୀ, ନୂଆ ମୋତି ବାଗ କଲୋନୀରେ ଥିବା ତାଙ୍କ ଘର ବାହାରେ ଓ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି | କଲୋନୀ ବାହାରେ ଏକ ସମ୍ପୂର୍ଣ୍ଣ ବସ୍ରେ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି ଏବଂ ଯାତାୟାତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଉଛି | ଏହା ବ୍ୟତୀତ ଦିଲ୍ଲୀର ଅଶୋକ ରୋଡ଼ ଥିବା ଭୋଟର ତାଲିକାର ମୁଖ୍ୟ କାର୍ଯ୍ୟଳୟ ଭିତରେ ଓ ବାହାରେ ସୁରକ୍ଷା ବଢ଼େଇ ଦେଇଛନ୍ତି | କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ବ୍ୟତୀତ, ରାପିଡ୍ ଆକ୍ସନ୍ ଫୋର୍ସ (RAF), CRPF ଏବଂ ଦିଲ୍ଲୀ ପୋଲିସର କର୍ମଚାରୀମାନଙ୍କୁ ମଧ୍ୟ ମୁତୟନ କରାଯାଇଛି |
