Dry day in delhi :ବିକ୍ଷୋଭ ମଧ୍ୟରେ ମଦ ବିକ୍ରି ଉପରେ କଟକଣା :୯-୧୦ ଅକ୍ଟୋବର ଡ୍ରାଏ ଡେ
ରାଜଧାନୀରେ ପ୍ରସ୍ତାବିତ ବିକ୍ଷୋଭକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଉଥିବା ବେଳେ ସରକାର ନେଇଛି ଏକ ବଡ଼ ନିଷ୍ପତ୍ତି। ଦିଲ୍ଲୀରେ ମଦ ବିକ୍ରି ଉପରେ ଲଗାଯାଇଛି କଟକଣା |ବନ୍ଦ ରହିବ ୨ ଦିନ ମଦ ଦୋକାନ | ୯-୧୦ ଅକ୍ଟୋବର ଡ୍ରାଏ ଡେ |
P
By Priti Chhanda BeheraPublished: Oct 8, 2026, 07:52 PM •1 min read •4 Views
ନୂଆଦିଲ୍ଲୀ: ଦିଲ୍ଲୀରେ ଅକ୍ଟୋବର ୯ ଓ ୧୦ ତାରିଖରେ ମଦ ଦୋକାନ ବନ୍ଦ ରହିବ। ଦିଲ୍ଲୀ ପୋଲିସର ସୁରକ୍ଷା ସମ୍ପର୍କିତ ଇନପୁଟ୍କୁ ଆଧାର କରି ଆବକାରୀ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଦୁଇ ଦିନ ଧରି ରାଜଧାନୀରେ ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ରହିବ।ପ୍ରସ୍ତାବିତ ବିକ୍ଷୋଭକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ଓ ସାଧାରଣ ଶାନ୍ତି ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଅକ୍ଟୋବର ୧୦ରେ ଦିଲ୍ଲୀରେ ବଡ଼ ଧରଣର ପ୍ରତିବାଦ ହେବାର ସମ୍ଭାବନା ଥିବାରୁ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ପ୍ରଶାସନର ଏହି ନିଷ୍ପତ୍ତି ପରେ ଦୁଇ ଦିନ ପାଇଁ ରାଜଧାନୀରେ ମଦ ଦୋକାନଗୁଡ଼ିକ ବନ୍ଦ ରହିବ। ପରିସ୍ଥିତି ଉପରେ ପୋଲିସ ଓ ପ୍ରଶାସନ ନଜର ରଖିଛନ୍ତି।
Comments0
Leave a Reply
Loading comments...
