Khaira Drowning : ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ
ବାଲେଶ୍ୱର ଖଇରା ଥାନା ବଣପାରିଆ ଗ୍ରାମରେ ପୋଖରୀରେ ବୁଡ଼ି ଭଗବାନ ସାହୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ। ଗାଧୋଇବା ବେଳେ ଗୋଡ଼ ଖସି ପାଣିରେ ପଡ଼ିଥିବା ସୂଚନା। ଗ୍ରାମବାସୀ ଉଦ୍ଧାର କରି ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
N
By Namita PattanaikPublished: Sep 17, 2026, 07:04 PM •1 min read •7 Views
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ବଣପାରିଆ ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ସାନପୁଅ ଭଗବାନ ସାହୁ।
ସୂଚନା ଅନୁସାରେ, ଭଗବାନ ସ୍କୁଲ ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ହଠାତ୍ ଗୋଡ଼ ଖସିଯିବାରୁ ସେ ପାଣିରେ ପଡ଼ିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ପୋଖରୀ ନିକଟକୁ ଯାଇ ଖୋଜାଖୋଜି କରିଥିଲେ।
ପରେ ଗ୍ରାମବାସୀଙ୍କ ସହାୟତାରେ ପୋଖରୀରେ ଖୋଜାଖୋଜି କରାଯିବା ବେଳେ ଭଗବାନ ପାଣି ଭିତରେ ଲତାରେ ଛନ୍ଦି ହୋଇଥିବା ଅବସ୍ଥାରେ ମିଳିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଭଗବାନ ଦିନମଜୁରିଆ ଭାବେ କାମ କରି ପରିବାରର ପ୍ରତିପୋଷଣ କରୁଥିଲେ। ତାଙ୍କ ଅକାଳ ମୃତ୍ୟୁରେ ବଣପାରିଆ ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
