ବାଲେଶ୍ୱର ଖଇରା ଥାନା ବଣପାରିଆ ଗ୍ରାମରେ ପୋଖରୀରେ ବୁଡ଼ି ଭଗବାନ ସାହୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ। ଗାଧୋଇବା ବେଳେ ଗୋଡ଼ ଖସି ପାଣିରେ ପଡ଼ିଥିବା ସୂଚନା। ଗ୍ରାମବାସୀ ଉଦ୍ଧାର କରି ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।
ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୨ ଜଣ ୧୪ ବର୍ଷୀୟ ନାବାଳକ ଛାତ୍ରଙ୍କ ମୃତ୍ୟୁ। ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ, ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
କଟକ ସଦର ଥାନା ଅନ୍ତର୍ଗତ ଉପର ଖଲର୍ଦା ଗାଁରେ କେନାଲରେ ଗାଧୋଇବା ବେଳେ +୨ ଛାତ୍ର ଆଦିତ୍ୟ ସ୍ୱାଇଁ ନିଖୋଜ ହୋଇଛନ୍ତି। ଅନ୍ୟ ଜଣେ ସାଙ୍ଗଙ୍କୁ ସ୍ଥାନୀୟ ଲୋକେ ଜୀବିତ ଉଦ୍ଧାର କରିଥିବା ବେଳେ ଆଦିତ୍ୟଙ୍କର ଏଯାଏଁ ପତ୍ତା ମିଳିନାହିଁ। ଖବର ପାଇ ବାରଙ୍ଗ ଓ ପାହାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଖୋଜାଖୋଜି ଜାରି ରଖିଛି। ସଦର ଥାନା ପୋଲିସ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ କରୁଛି।