Farmer Producer Company : ଓଡ଼ିଶାରେ ବିହନ ବ୍ୟବହାର କେତେ? ଚାଷୀଙ୍କ ନେତୃତ୍ୱରେ ଗଢ଼ିଉଠୁଛି ବିହନ ଉଦ୍ୟୋଗ
ଚାଷ କଥା ଉଠିଲେ ସାର, ସିଞ୍ଚନ, MSP ଓ ଫସଲ ଦର ଉପରେ ଆଲୋଚନା ଅଧିକ ହୁଏ। ହେଲେ ଚାଷର ସଫଳତାର ପ୍ରଥମ ଓ ମୌଳିକ ଇନପୁଟ୍ ହେଉଛି ବିହନ। ବିହନର ଗୁଣବତ୍ତା ଓ କିସମ ଉପରେ ନିର୍ଭର କରେ ଅଙ୍କୁରୋଦ୍ଗମ, ଫସଲର ସ୍ୱାସ୍ଥ୍ୟ, ଉତ୍ପାଦନ ଓ ଜଳବାୟୁ ସହନଶୀଳତା।

ଭୁବନେଶ୍ୱର/ବଲାଙ୍ଗିର: ଚାଷୀଙ୍କ ନେତୃତ୍ୱରେ ଗଢ଼ିଉଠୁଛି ବିହନ ଉଦ୍ୟୋଗ । ବଲାଙ୍ଗିର ଜିଲ୍ଲା ପୁଇଁତଳାରୁ ଆସିଛି ଏକ ଚର୍ଚ୍ଚାଯୋଗ୍ୟ ଉଦାହରଣ। ୨୦୨୨ରେ ମାତ୍ର ଦୁଇ ଜଣ seed growerଙ୍କୁ ନେଇ ଆରମ୍ଭ ହୋଇଥିବା ଏକ Farmer Producer Company ଏବେ ଚାଷୀଙ୍କ ନେତୃତ୍ୱରେ ବିହନ ଉଦ୍ୟୋଗ ଭାବେ ଆଗକୁ ବଢ଼ୁଛି। ୨ ଚାଷୀରୁ ୬୦ ଲକ୍ଷରୁ ଅଧିକ ବ୍ୟବସାୟ। ୨୦୨୨ରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ୨୦୨୫ ସୁଦ୍ଧା ବିହନ ବିକ୍ରିରୁ ୬୦ ଲକ୍ଷରୁ ଅଧିକ ବ୍ୟବସାୟ କରିଛି। ଏହା ସହ ପ୍ରାୟ ୨୦୦ ଟନ୍ ବିହନ ପ୍ରୋସେସିଂ କରାଯାଇଛି। ଏବେ କମ୍ପାନୀ ପ୍ରତି ଘଣ୍ଟାରେ ପ୍ରାୟ ୧ ଟନ୍ ବିହନ ପ୍ରୋସେସ୍ କରିପାରୁଥିବା ଏକ seed-processing unit ସ୍ଥାପନ କରିଛି। ଫଳରେ ବିହନ ଉତ୍ପାଦନଠାରୁ ଆରମ୍ଭ କରି cleaning, grading, processing ଓ marketing ପର୍ଯ୍ୟନ୍ତ ଚାଷୀଙ୍କ ନେତୃତ୍ୱରେ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ଗଢ଼ିଉଠୁଛି। ଏବେ ଏହି ସଂସ୍ଥା climate-resilient ଏବଂ nutrition-sensitive rice varieties ଉପରେ ମଧ୍ୟ ଗୁରୁତ୍ୱ ଦେଉଛି।
ଓଡ଼ିଶାରେ କାହିଁକି ଗୁରୁତ୍ୱପୂର୍ଣ୍ଣ ବିହନ ?
ସରକାରୀ ତଥ୍ୟ ଅନୁସାରେ, ୨୦୨୩–୨୪ରେ ଓଡ଼ିଶାର Paddy Seed Replacement Rate ଥିଲା ୩୧.୨୩ ପ୍ରତିଶତ। ଅର୍ଥାତ୍ ଧାନ ଚାଷରେ ନୂଆ ଓ ପ୍ରମାଣିତ ବିହନର ବ୍ୟବହାର ଏବେ ବି ଏକ ବଡ଼ ଚ୍ୟାଲେଞ୍ଜ। ନୂଆ ତଥ୍ୟ ଅନୁସାରେ ୨୦୨୪–୨୫ରେ ଏହି ହାର ୨୮.୩୧ ପ୍ରତିଶତ ରହିଛି। ଏହା ରାଜ୍ୟରେ ଗୁଣାତ୍ମକ ବିହନର ପହଞ୍ଚ, ଚାହିଦା ଓ ଚାଷୀଙ୍କ ବ୍ୟବହାରକୁ ନେଇ ଆହୁରି ବଡ଼ ପ୍ରଶ୍ନ ଉଠାଉଛି। ବିହନରୁ ଆରମ୍ଭ ହୁଏ ଚାଷର ଭବିଷ୍ୟତ ଭଲ ବିହନ ଅର୍ଥାତ୍ ଭଲ germination। ଭଲ germination ଫସଲର ଆରମ୍ଭିକ ବୃଦ୍ଧିକୁ ପ୍ରଭାବିତ କରେ। ସେହିପରି ଉପଯୁକ୍ତ rice variety ଚାଷୀଙ୍କୁ ଅଧିକ ଉତ୍ପାଦନ, କମ୍ ଇନପୁଟ୍ ଖର୍ଚ୍ଚ ଏବଂ ଜଳବାୟୁଜନିତ ବିପଦ ସହ ମୁକାବିଲାରେ ସହାୟତା କରିପାରେ। ବିଶେଷକରି ଅନିୟମିତ ବର୍ଷା, ମରୁଡ଼ି ଓ ତାପମାତ୍ରାର ପରିବର୍ତ୍ତନ ଭଳି ସମସ୍ୟା ବଢ଼ୁଥିବା ସମୟରେ climate-resilient varietiesର ଗୁରୁତ୍ୱ ବଢ଼ିଛି।
ଚାଷୀ ହେବେ ବିହନ ଉଦ୍ୟୋଗୀ?
ପୁଇଁତଳାର ଏହି ମଡେଲ୍ ଦେଖାଉଛି ଯେ ଚାଷୀ କେବଳ ବିହନ କିଣୁଥିବା ଉପଭୋକ୍ତା ନୁହେଁ, ଚାହିଲେ ନିଜେ ବିହନ ଉତ୍ପାଦନ ଓ ପ୍ରୋସେସିଂରେ ଉଦ୍ୟୋଗୀ ହୋଇପାରିବେ। କିନ୍ତୁ ପ୍ରଶ୍ନ ହେଉଛି—ପୁଇଁତଳା ଭଳି ଆଉ କେତେଟି farmer-led seed enterprise ରାଜ୍ୟରେ ଗଢ଼ିଉଠିବ? ଚାଷୀଙ୍କୁ quality seed ଉପଲବ୍ଧ କରାଇବା ପାଇଁ ରାଜ୍ୟର seed supply chain କେତେ ପ୍ରସ୍ତୁତ? ଏବଂ ୨୮ ପ୍ରତିଶତରୁ ଅଧିକ ହାରକୁ ବଢ଼ାଇବା ପାଇଁ ସରକାରଙ୍କ ଆଗାମୀ ରଣନୀତି କଣ? ଚାଷରେ ସାର, ପାଣି ଓ ବଜାର ଯେତିକି ଜରୁରୀ, ତା’ଠାରୁ ଆଗରେ ରହିଛି ବିହନ। ତେଣୁ ଓଡ଼ିଶାର କୃଷି ଭବିଷ୍ୟତ ନେଇ ଆଲୋଚନାରେ ଏବେ ବିହନକୁ କେତେ ପ୍ରାଥମିକତା ମିଳୁଛି, ସେଇ ପ୍ରଶ୍ନ ହିଁ ଗୁରୁତ୍ୱପୂର୍ଣ୍ଣ।
