Fined Over Overpriced Water:ଅଧିକ ଦାମର ପାଣିବୋତଲ- କୋକାକୋଲାକୁ ଜରିମାନା
ସିନେମା ହଲ୍ରେ ନିର୍ଦ୍ଧାରିତ ଦାମଠାରୁ ଅଧିକ ମୂଲ୍ୟରେ ପ୍ୟାକେଜ୍ଡ ପାଣି ବିକ୍ରି କରିବା ମାମଲାରେ ସିନେପୋଲିସ୍ ସିନେମା ଓ କୋକାକୋଲା କମ୍ପାନୀକୁ ମୋଟ ୮୫ ହଜାର ଟଙ୍କା ଜରିମାନା କରାଯାଇଛି। ପାଟନା ଉପଭୋକ୍ତା ଅଦାଲତ ଏହି ରାୟ ଦେଇଛନ୍ତି।
ପାଟନା: ସିନେମା ହଲର ଫୁଡ କୋର୍ଟରେ ଚାଲୁଥିବା ଠକେଇର ପର୍ଦାଫାଶ କରିଛନ୍ତି ଜଣେ ଦର୍ଶକ | ସିନେମା ହଲ୍ରେ ନିର୍ଦ୍ଧାରିତ ଦାମଠାରୁ ଅଧିକ ମୂଲ୍ୟରେ ପ୍ୟାକେଜ୍ଡ ପାଣି ବିକ୍ରି କରିବା ମାମଲାରେ ସିନେପୋଲିସ୍ ସିନେମା ଓ କୋକାକୋଲା କମ୍ପାନୀକୁ ମୋଟ ୮୫ ହଜାର ଟଙ୍କା ଜରିମାନା କରାଯାଇଛି। ପାଟନା ଉପଭୋକ୍ତା ଅଦାଲତ ଏହି ରାୟ ଦେଇଛନ୍ତି।୨୦୧୬ ସେପ୍ଟେମ୍ବର ୨୩ରେ ରଜତ ତିୱାରୀ ଫିଲ୍ମ ଦେଖିବାକୁ ପାଟନାର ସିନେପୋଲିସ୍ ଯାଇଥିଲେ। ତାଙ୍କୁ ବାହାରୁ ନିଜ ପାଣି ବୋତଲ ସିନେମା ହଲ୍ ଭିତରକୁ ନେବାକୁ ଦିଆଯାଇନଥିଲା। ଫଳରେ ସେ ହଲ୍ ଭିତରୁ ୫୦ ଟଙ୍କା ଦେଇ ଏକ କିନ୍ଲେ ପାଣି ବୋତଲ କିଣିଥିଲେ। ଯାହାର ବଜାର ମୂଲ୍ୟ ୨୦ ଟଙ୍କା ଥିଲା।ଏହାପରେ ସେ ଅନ୍ୟାୟ ବ୍ୟବସାୟିକ ପ୍ରଥା ଅଭିଯୋଗ କରି ଉପଭୋକ୍ତା ଅଦାଲତରେ ମାମଲା ରୁଜୁ କରିଥିଲେ। ଅଦାଲତ ଉଭୟ କମ୍ପାନୀକୁ ଦାୟୀ କରି ୨୫ ହଜାର ଟଙ୍କା ମାନସିକ ଯନ୍ତ୍ରଣା, ୧୦ ହଜାର ଟଙ୍କା ଆଇନଗତ ଖର୍ଚ୍ଚ ଏବଂ ୫୦ ହଜାର ଟଙ୍କା ରାଜ୍ୟ ଉପଭୋକ୍ତା କଲ୍ୟାଣ ପାଣ୍ଠିରେ ଜମା କରିବାକୁ କହିଛନ୍ତି। ଏଥିସହ ଉତ୍ପାଦର MRP ସ୍ପଷ୍ଟ ଭାବେ ଦେଖାଇବା ଓ ସମାନ ସାମଗ୍ରୀ ପାଇଁ ଅଧିକା ଦାମ ନନେବାକୁ ନିର୍ଦ୍ଦେଶ ଦିଆଯାଇଛି।
