ରଣବୀରଙ୍କ ଉପରୁ ହଟିଲା ବ୍ୟାନ୍..
FWICE ରଣବୀରଙ୍କ ବିରୋଧରେ ନନ୍-କୋଅପରେସନ ନିର୍ଦ୍ଦେଶ ଜାରି କରିଥିଲା। ପରେ ରଣବୀର ସିଂହ FWICE କୁ ଏକ ଆଇନଗତ ନୋଟିସ୍ ପଠାଇଥିଲେ।

ରଣବୀର ସିଂଙ୍କ ଉପରେ ଲାଗିଥିବା ବ୍ୟାନ୍ ହଟାଇଦେଲା ଏଫଡବ୍ଲୁଆଇସିଇ। କାହାକୁ ହଇରାଣ କରିବା ସଂଘର ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି ଏହାର ମୁଖ୍ୟ ବିଏନ ତିଓ୍ୱାରୀ। ଆଇନ ସମସ୍ତଙ୍କ ଲାଗି ସମାନ। ସମସ୍ୟା ସମାଧାନ କରିବା ସଂଘର କାମ। କାହାକୁ ହଇରାଣ ହରକତ କରିବା ଉଦ୍ଦେଶ୍ୟ ନୁହେଁ। FWICE ରଣବୀର ସିଂହଙ୍କ ବିରୋଧରେ ଜାରି କରି ଥିବା ନନ୍-କୋଅପରେସନ ନିର୍ଦ୍ଦେଶ ପ୍ରତ୍ୟାହାର କରିଛି। ବଲିଉଡ ଅଭିନେତା ରଣବୀର ସିଂଙ୍କ ବିରୋଧରେ ଜାରି କରାଯାଇଥିବା ନନ୍-କୋଅପରେସନ ଡାଇରେକ୍ଟିଭ୍ (NCD) କୁ Federation of Western India Cine Employees (FWICE) ବୁଧବାର ତତ୍କାଳ ପ୍ରଭାବରେ ପ୍ରତ୍ୟାହାର କରିଛି। ଏହି ନିଷ୍ପତ୍ତି Cine & TV Artistes' Association, Producers Guild of India ଏବଂ Indian Motion Picture Producers' Associationଙ୍କ ମଧ୍ୟସ୍ଥତା ପରେ ନିଆଯାଇଛି। ଏହି ବିବାଦର ମୂଳ କାରଣ ଥିଲା ରଣବୀର ସିଂହଙ୍କର Don 3 ଫିଲ୍ମରୁ ବାହାରିଯିବା। ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ Farhan Akhtarଙ୍କ ପକ୍ଷରୁ ଅଭିଯୋଗ ଆସିବା ପରେ FWICE ରଣବୀରଙ୍କ ବିରୋଧରେ ନନ୍-କୋଅପରେସନ ନିର୍ଦ୍ଦେଶ ଜାରି କରିଥିଲା। ପରେ ରଣବୀର ସିଂହ FWICE କୁ ଏକ ଆଇନଗତ ନୋଟିସ୍ ପଠାଇଥିଲେ। ଏହା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ବିଭିନ୍ନ ସଂଗଠନ ମଧ୍ୟସ୍ଥତା କରିବା ସହ ଉଭୟ ପକ୍ଷଙ୍କୁ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବାକୁ ପରାମର୍ଶ ଦେଇଥିଲେ। FWICE ଅଧ୍ୟକ୍ଷ ବି.ଏନ୍. ତିୱାରୀ କହିଛନ୍ତି ଯେ ଏହି ମାମଲାରେ କାହାରି ଜିତ୍ କିମ୍ୱା ହାର ହୋଇନାହିଁ। ଫିଲ୍ମ ଶିଳ୍ପର ସମସ୍ତ ପକ୍ଷର ହିତକୁ ଧ୍ୟାନରେ ରଖି ଏକ ସଂଯୁକ୍ତ ବୈଠକ କରାଯିବ ଏବଂ ଭବିଷ୍ୟତରେ ଏଭଳି ବିବାଦ ଏଡ଼ାଇବା ପାଇଁ ପଦକ୍ଷେପ ନିଆଯିବ। ଏହି ନିଷ୍ପତ୍ତି ସହିତ ରଣବୀର ସିଂହଙ୍କ ବିରୋଧରେ ଥିବା ସମସ୍ତ ଅସହଯୋଗ ନିର୍ଦ୍ଦେଶ ହଟିଯାଇଛି ଏବଂ ସେ ପୁଣି ସାଧାରଣ ଭାବରେ ଫିଲ୍ମ ଶିଳ୍ପରେ କାମ କରିପାରିବେ ବୋଲି କହିଛନ୍ତି ତିଓ୍ୱାରୀ।
