ସିନେପ୍ରେମୀଙ୍କ ପ୍ରଥମ ପସନ୍ଦ ସାଜିଲା 'ରେସିଡେଣ୍ଟ ଇଭିଲ୍'
ହଲିଉଡ଼ର ଲେଟେଷ୍ଟ ଫିଲ୍ମ 'ରେସିଡେଣ୍ଟ ଇଭିଲ୍' ଏହାର ନୂତନ ରୂପାନ୍ତର ସହିତ ସିନେମା ଦର୍ଶକଙ୍କ ପାଇଁ ଶ୍ରେଷ୍ଠ ପସନ୍ଦ ହୋଇ ରହିଛି |

ଗତ ଶୁକ୍ରବାରକୁ ଅନେକ ଫିଲ୍ମ ଥିଏଟରରେ ଏଣ୍ଟ୍ରି କରିଛି | ଏଥିରେ ହିନ୍ଦୀ ,ସାଉଥ ଓ ହଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦାୟରା ,ଭାଇବ ଓ 'ରେସିଡେଣ୍ଟ ଇଭିଲ୍' ଭଳି ଅନେକ ଫିଲ୍ମର ନାମ ସାମିଲ ଅଛି | ବର୍ତ୍ତମାନ ଆୟ ଦୃଷ୍ଟିରୁ ଭାରତୀୟ ବକ୍ସ ଅଫିସରେ ରେସିଡେଣ୍ଟ ଇଭିଲ୍ ଫ୍ରାଞ୍ଚାଇଜର ରିବୁଟ୍ ଫିଲ୍ମ ଏବଂ ଅଭିନେତା ଅଷ୍ଟିନ୍ ଆବ୍ରାମ୍ସଙ୍କ ଅଭିନୀତ ‘ରେସିଡେଣ୍ଟ ଇଭିଲ୍’ ଜବରଦସ୍ତ ପ୍ରଦର୍ଶନ କରିଛି। ଫିଲ୍ମଟି ଓପନିଂ ୱିକେଣ୍ଡ ସୁଦ୍ଧା ବମ୍ପର କଲେକ୍ସନ କରିଛି । ହଲିଉଡ଼ ଫିଲ୍ମ କୁ ନେଇ ଭାରତୀୟ ସିନେମାପ୍ରେମୀ ବହୁତ କ୍ରେଜ୍ ଦେଖିବାକୁ ମିଳିଛି ତାହା ଯଦି କୌଣସି ଏକ ଲୋକପ୍ରିୟ ଫିଲ୍ମ ଫ୍ରାଞ୍ଚାଇଜ୍ ହେଇଥାନ୍ତା ତ ଏହି କ୍ରେଜ୍ ଦୁଇଗୁଣା ହୋଇଯାଏ | ୨୦୦୨ରେ ସିନେମା ହଲ୍ରେ ପ୍ରଥମଥର ପାଇଁ ଆସିଥିବା ହରର ଓ ଜୋମ୍ବି ଥ୍ରିଲର୍ ଫ୍ରାଞ୍ଚାଇଜ ରେସିଡେଣ୍ଟ ଇଭିଲ୍ ନୂତନ ଧରଣର ହୋଇଥିବାରୁ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଭାରତ ବକ୍ସ ଅଫିସରେ ଏହି ଫିଲ୍ମ ନିଜର ଦୃଢ ଦାବିଦାରି ପ୍ରଦର୍ଶନ କରିଛି । ରିପୋର୍ଟ ଅନୁଯାୟୀ ରବିବାର ଦିନ 'ରେସିଡେଣ୍ଟ ଇଭିଲ୍' ଚମତ୍କାର ପ୍ରଦର୍ଶନ କରି ଭାରତରେ ୩.୫୫ କୋଟି ଟଙ୍କାର ବ୍ୟବସାୟ କରିଛି, ଯାହାକୁ ପ୍ରଶଂସନୀୟ ବୋଲି ବିବେଚନା କରାଯାଇଛି | ଏହା ସହିତ ଓପନିଂ ୱିକେଣ୍ଡ ଶେଷ ହେବା ପରେ ଏହି ଫିଲ୍ମର ଭାରତରେ ମୋଟ କଲେକ୍ସନ ୯.୫୦କୋଟି ଟଙ୍କାରେ ପହଞ୍ଚିଛି | ଏହା ସହିତ ନିଜର କର୍ମଶୀୟଲ ପରଫମାନ୍ସ 'ରେସିଡେଣ୍ଟ ଇଭିଲ୍' ସମସ୍ତଙ୍କ ଧ୍ୟାନ ନିଜ ଉପରକୁ ଆଣିଛି | ଭାରତରେ ଆୟ ମାମଲାରେ 'ରେସିଡେଣ୍ଟ ଇଭିଲ୍' ,ଦାୟରା ଓ ଭାଇବ ଭଳି ଫିଲ୍ନକୁ ପଛରେ ଛାଡିଚି | ଵିଦେଶରେ 'ରେସିଡେଣ୍ଟ ଇଭିଲ୍' ଆୟ ମାମଲାରେ ଖୁବ ଭଲ ପ୍ରଦର୍ଶନ କରିଛି । ଉତ୍ତର ଆମେରିକାରେ ଏହି ଫିଲ୍ମ ୬୦ ମିଲିୟନ ଡଲାର କାରୋବାର କରିଛି | ଯାହା ଦ୍ୱାରା ୱାଲଡ ୱାଇଡରେ ୧୦୮ ମିଲିୟନ ଡଲାରରୁ ଅଧିକ କଲେକ୍ସନ କରିଛି |
