Himmat Giri Blackmail:ଫେସବୁକରେ ଫସାଇ ନିଜେ ଫସିଲା ସାଧୁ
ସାଧୁକୁ ପାନେ ଦେବାକୁ ମହିଳା ମିଳିମିଶି ଯୋଜନା କଲେ। ସାଧୁକୁ ଚୈତନ୍ୟ ବିହାର ଗେଷ୍ଟହାଉସକୁ ଡାକିଥିଲେ। ପହଞ୍ଚିବା ମାତ୍ରେ ବାଳ ଧରିଥିଲେ। ଚପ୍ପଲ ଓ ଲାଠିରେ ପିଟିଥିଲେ। ଘରୁ ଘୋଷାଡ଼ି ଆଣି ବିଧାଗୋଇଠା ମାରିଲେ। ପ୍ରାୟ ଶହେ ମହିଳାଙ୍କୁ ଏମିତି ଫସାଇଥିବାର ଦାବି କରାଯାଉଛି।

ଧର୍ମନଗରୀ ମଥୁରା-ବୃନ୍ଦାବନରେ ଜଣେ ସାଧୁ ହିମ୍ମତ ଗିରି ଫେସବୁକରେ ଜାଲି ନାଁରେ ବିଧବା ଓ ନିଃସନ୍ତାନ ମହିଳାଙ୍କୁ ଫସାଉଥିଲା। ସେମାନଙ୍କ ସହ ସମ୍ପର୍କ ରଖି ଗୋପନରେ ଭିଡ଼ିଓ କରୁଥିଲା। ଆଉ ଭିଡ଼ିଓ ଦେଖାଇ ବଦନାମ କରିଦେବି କହି ବ୍ଲାକମେଲିଂ କରି ଧମକ ଦେଉଥିଲା। ଆଉ ଏ ଭୟରେ ଅନେକ ମହିଳା ଅଭିଯୋଗ କରିପାରୁନଥିଲେ। ଶେଷରେ ସାଧୁକୁ ପାନେ ଦେବାକୁ ମହିଳା ମିଳିମିଶି ଯୋଜନା କଲେ। ସାଧୁକୁ ଚୈତନ୍ୟ ବିହାର ଗେଷ୍ଟହାଉସକୁ ଡାକିଥିଲେ। ପହଞ୍ଚିବା ମାତ୍ରେ ବାଳ ଧରିଥିଲେ। ଚପ୍ପଲ ଓ ଲାଠିରେ ପିଟିଥିଲେ। ଘରୁ ଘୋଷାଡ଼ି ଆଣି ବିଧାଗୋଇଠା ମାରିଲେ। ପ୍ରାୟ ଶହେ ମହିଳାଙ୍କୁ ଏମିତି ଫସାଇଥିବାର ଦାବି କରାଯାଉଛି। ଆପତ୍ତିଜନକ ଭିଡ଼ିଓ କରି ବ୍ଲାକମେଲିଂ ମହଙ୍ଗା ପଡ଼ିଲା। ଜଣେ ପୀଡ଼ିତା ମହିଳା ପୂର୍ବରୁ ବି ରାଜସ୍ଥାନରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ରୁଜୁ କରିଥିଲେ। ଏହା ପରଠୁ ହିମତ ଫେରାର ଥିଲା। ତାକୁ ଖୋଜି ଖୋଜି ମହିଳାମାନେ ବିଶ୍ୱହିନ୍ଦୁ ପରିଷଦ କର୍ମୀଙ୍କ ସହ ମିଶି ଏହି ଯୋଜନା କରିଥିଲେ। କଥାବାର୍ତ୍ତା ବାହାନାରେ ବୃନ୍ଦାବନର ଚୈତନ୍ୟ ବିହାର ସ୍ଥିତ ଗେଷ୍ଟହାଉସକୁ ଡାକିଥିଲେ। ଆଉ ଛେଚିଥିଲେ। ସୂଚନା ପାଇବା ପରେ ଅଭିଯୁକ୍ତ ସାଧୁକୁ ହେପାଜତକୁ ନେଇଥିଲା। ତାକୁ ନେଇ ବୃନ୍ଦାବନ କୋତଓ୍ୱାଲି ଥାନାକୁ ନେଇଛି। ମାମଲାର ତଦନ୍ତ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ।
