Kanpur Vinit Minocha Murder Twist: ହତ୍ୟାକାଣ୍ଡରେ ବଡ଼ ଟ୍ୱିଷ୍ଟ-ବୋହୂ ନୁହେଁ, ପୁଅ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ
ରିମାଣ୍ଡ ବେଳେ ଚାକର ବିଶାଳ ବୟାନ ବଦଳାଇଦେଇଛି। ବୋହୂ ନୁହେଁ, ପୁଅ ସୁବ୍ରତ ହିଁ ବାପା ବିନୀତଙ୍କୁ ମାରିବାକୁ ଦେଇଥିଲା ସୁପାରୀ। ଧରାପଡ଼ିଲେ ବୋହୂ ନାଁ କହିବାକୁ କହିଥିଲା। ହତ୍ୟା ବେଳେ ମୁହଁ ଲୁଚାଇବାକୁ ଶାଲୁ ଗାମୁଛା ଦେଇଥିବା କଥା ପ୍ରଥମେ ବିଶାଳ କହିଥିଲା। କାରଣ କାଳେ ଶ୍ୱଶୁର ତା ମୁହଁ ଦେଖିଦେବେ। ଏବେ ବିଶାଳ କହିଲାଣି, ନିଜ ଦୋକାନରେ ଚୋରି କରିବାକୁ ସୁବ୍ରତ ହିଁ ବିଶାଳକୁ କହିଥିଲା।

କାନପୁରର ବିଶିଷ୍ଟ ବ୍ୟବସାୟୀ ବିନୀତ ମିନୋଚାଙ୍କ ହତ୍ୟାକାଣ୍ଡ ପଛରେ କେବଳ ତାଙ୍କ ବୋହୂର ହାତ ନଥିଲା। ବରଂ ପୁଅ ସୁବ୍ରତର ବି ପ୍ରମୁଖ ଭୂମିକା ଥିଲା। ଆଉ ସୁବ୍ରତକୁ ବିଳମ୍ୱିତ ରାତିରେ ଗିରଫ କରିଛି ପୁଲିସ। କାଲି ଦିନରେ କଲ୍ୟାଣପୁର ଥାନାରେ ପତ୍ନୀ ସାଲୁ ସହ ମୁହାଁମୁହିଁ ବସାଇ ଜେରା କରିଥିଲା ପୁଲିସ। ଶେଷରେ ଯେଉଁ ପୂର୍ବତନ ଘରୋଇ ସହାୟକ ସାଲୁ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ କହିଆସୁଥିଲା। ସେ ବୟାନ ବଦଳାଇ କହିଥିଲା, ସୁବ୍ରତ ହିଁ ସୁପାରୀ ଦେଇଥିଲା। ଆଉ ଧରା ପଡ଼ିଗଲେ ସାଲୁ ନାଁ ପୁଲିସକୁ କହିବାକୁ ଚାକରକୁ ପ୍ଲାନ୍ ବତାଇଥିଲା। କାନପୁରର ବିଶିଷ୍ଟ ଔଷଧ ବ୍ୟବସାୟୀ ବିନୀତ ହତ୍ୟାକାଣ୍ଡର ରହସ୍ୟ ଓଗାଳିବାକୁ ବୁଧବାର ୨୪ ଘଣ୍ଟାର ରିମାଣ୍ଡ ନେଇ ସାଲୁ ମିନୋଚା, ଚାକର ବିଶାଲ ଗୌତମ ଓ ତା ସାଥୀ ରାଜକିଶୋରକୁ ଜେରା କରିଥିଲା। ଅଭିଯୁକ୍ତଙ୍କ ସାମ୍ନାରେ କଲ ଡିଟେଲ ରେକର୍ଡ, ମଲରେ କିଣାଯାଇଥିବା ସାମଗ୍ରୀ, ଫ୍ଲାଟର ଚାବି ସହ ଜଡ଼ିତ ପ୍ରଶ୍ନ ପଚାରି ହତ୍ୟାକାଣ୍ଡର ଷଡ଼ଯନ୍ତ୍ରର ପ୍ଲଟକୁ ଯୋଡି ଦେଖିଥିଲା। କଲ୍ୟାଣପୁର ଥାନାରେ ସ୍ୱାମୀ ସୁବ୍ରତ ସହ ସାମ୍ନା କରି ପଚାରିବା ବେଳେ ଶାଲୁ କାନ୍ଦି ପକାଇଥିଲେ ଓ ତାଙ୍କ ପୁଅ ଶ୍ରୀଜୟ କଥା ପଚାରିଥିଲେ। ସୁବ୍ରତ କିନ୍ତୁ ମୁହଁ ଫେରାଇନେଲେ ଯେମିତିକି ସେ ଶାଲୁକୁ ଜାଣିନାହାନ୍ତି। ଆଜି ୩ ଜଣଙ୍କ ମେଡିକାଲ ପରୀକ୍ଷା କରାଇ ପୁଣି ଜେଲ୍ ପଠାଇ ଦିଆଯିବ। ହେଲେ ଚାକର ବିଶାଲର ବୟାନ ପୁରା ଘଟଣାକୁ ନୂଆ ମୋଡ଼ ଦେଇଛି। ଯେତେବେଳେ ବିଶାଳ ଧରାପଡିଥିଲା, କହିଥିଲା ଯେ, ଶ୍ୱଶୁର ବିନୀତଙ୍କୁ ହତ୍ୟା କରିବାକୁ ଶାଲୁ ଷଡ଼ଯନ୍ତ୍ର ରଚିଥିଲେ ଓ ଏଥିଲାଗି ସେ ୬ଲକ୍ଷ ଟଙ୍କା ଦେବାକୁ କହିଥିଲେ। ହେଲେ ରିମାଣ୍ଡ ବେଳେ ଚାକର ବିଶାଳ ବୟାନ ବଦଳାଇଦେଇଛି। ବୋହୂ ନୁହେଁ, ପୁଅ ସୁବ୍ରତ ହିଁ ବାପା ବିନୀତଙ୍କୁ ମାରିବାକୁ ଦେଇଥିଲା ସୁପାରୀ। ଧରାପଡ଼ିଲେ ବୋହୂ ନାଁ କହିବାକୁ କହିଥିଲା। ହତ୍ୟା ବେଳେ ମୁହଁ ଲୁଚାଇବାକୁ ଶାଲୁ ଗାମୁଛା ଦେଇଥିବା କଥା ପ୍ରଥମେ ବିଶାଳ କହିଥିଲା। କାରଣ କାଳେ ଶ୍ୱଶୁର ତା ମୁହଁ ଦେଖିଦେବେ। ଏବେ ବିଶାଳ କହିଲାଣି, ନିଜ ଦୋକାନରେ ଚୋରି କରିବାକୁ ସୁବ୍ରତ ହିଁ ବିଶାଳକୁ କହିଥିଲା। ଏ କାରଣରୁ ବାପ-ପୁଅ ଭିତରେ ଅନେକ ଥର ବିବାଦ ହେଉଥିଲା। ଏକଥା ଜାଣିବାକୁ ସୁବ୍ରତକୁ ପୁଲିସ ପଚାରିଥିଲା ଯେ, ସେ ବିଶାଲକୁ ଚିହ୍ନିପାରିଲାନି କେମିତି। ସୁବ୍ରତ କହିଥିଲେ, ସେ ନିଶାଗ୍ରସ୍ତ ଥିବାରୁ ଜାଣିପାରିନଥିଲେ। ଆଉ ଚାଟିଂ ଓ କଲ୍ ଡିଟେଲ୍ସ ରେକର୍ଡ ସୁବ୍ରତ ସାମ୍ନାରେ ରଖିବା ପରେ ସୁବ୍ରତ କୌଣସି ଉତ୍ତର ଦେଇପାରିନଥିଲେ। ଭୋର୍ ୪ଟାରେ ନିଜ ଦୋଷ ସ୍ୱୀକାର କରିଛି। ଆଉ କହିଥିଲେ, ତାଙ୍କ ଉପରେ ୧୫ଲକ୍ଷ ଟଙ୍କାର କରଜ ଥିଲା। କାଳେ ସମ୍ପତ୍ତିରୁ ବେଦଖଲ କରିଦେବେ ବାପା, ସେ ଭୟରେ ସେ ବାପାଙ୍କୁ ମାରିବାକୁ କରିଥିଲା ପ୍ଲାନ। ପତ୍ନୀ ଶାଲୁ ନିର୍ଦୋଷ ବୋଲି ସ୍ୱୀକାର କରିଛି ସୁବ୍ରତ। ତଥାପି ଶାଲୁର ଭୂମିକାକୁ ଯାଞ୍ଚ କରୁଛି ପୁଲିସ। ଶେଷରେ ସୁବ୍ରତକୁ ଗିରଫ କରିଛି ପୁଲିସ।
