Nayapalli Husband Kill Wife:ତାଓ୍ୱାରେ ପିଟି ପିଟି ମାରିଦେଲା ପତ୍ନୀଙ୍କୁ
ଦେଢ଼ ବର୍ଷ ତଳେ ଉଭୟ ବନସ୍ମିତା ଓ ସର୍ବେଶ୍ୱରଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା। ସର୍ବେଶ୍ୱର ଜଣେ ମାନସିକ ରୋଗୀ ହୋଇଥିବା ବେଳେ ତାଙ୍କର ୮ ବର୍ଷ ହେବ ଚିକତ୍ସା ଚାଲିଥିଲା। ମଝିରେ ମଝିରେ ନିଜ ଭଉଣୀ, ପତ୍ନୀ ଆଦିଙ୍କୁ ମାରଧର କରୁଥିବା ନେଇ ମଧ୍ୟ ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, କିଛି କାରଣ ନ ଥାଇ ହଠାତ୍ ତାଙ୍କ ଭଉଣୀଙ୍କୁ ବାହାରକୁ ପଠାଇ ଦେଇଥିଲେ। ପରେ ଗ୍ରୀଲ ତାଲା ପକାଇ ପତ୍ନୀଙ୍କୁ ଆକ୍ରମଣ କରିଥିଲେ।

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ। ସାମାନ୍ୟ କଥାରୁ ସୈତାନ ସାଜିଲା ସ୍ୱାମୀ। ତାୱାରେ ପିଟି ପିଟି ହତ୍ୟା କଲା ପତ୍ନୀଙ୍କୁ। ଭଉଣୀକୁ ଘରୁ ବାହାର କରି ସ୍ତ୍ରୀ ର ଜୀବନ ନେଇଗଲା ନିଷ୍ଠୁର ସ୍ୱାମୀ। ଭୁବନେଶ୍ୱର ନୟାପଲ୍ଲୀ ବ୍ରିଟ କଲୋନୀରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ଦେବରାୟପ କଲେଜ ନିକଟରେ ଥିବା ଏକ ଘରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପ୍ରଥମେ ଝଗଡ଼ା ଓ ପରେ ହତ୍ୟା ହୋଇଥିବା ଜଣାପଡିଛି। ଝଗଡ଼ା ଉଗ୍ରରୂପ ନେବା ପରେ ସ୍ୱାମୀ ରୋଷଇ ଘରେ ପଶି ପତ୍ନୀଙ୍କୁ ରୋଷେଇ ଘରେ ବ୍ୟବହୃତ ତାୱାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ହୋଇଥିବା ପତ୍ନୀଙ୍କ ମୃତ୍ୟୁ ହୋଇଛି। ବିବାହକୁ ପ୍ରାୟ ଦେଢ଼ ବର୍ଷ ହୋଇଥିଲା। ତେବେ ଏଭଳି ଏକ ଘଟଣା କାହିଁକି ଘଟିଲା, ଝଗଡ଼ାର ପ୍ରକୃତ କାରଣ କଣ ଥିଲା ଏବଂ ହତ୍ୟା ପଛରେ ଆଉ କଣ କାରଣ ରହିଛି କି ନାହିଁ, ସେନେଇ ତଦନ୍ତ ଆରମ୍ଭ କରିଛି ନୟାପଲ୍ଲୀ ପୋଲିସ। ଦେଢ଼ ବର୍ଷ ତଳେ ଉଭୟ ବନସ୍ମିତା ଓ ସର୍ବେଶ୍ୱରଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା। ସର୍ବେଶ୍ୱର ଜଣେ ମାନସିକ ରୋଗୀ ହୋଇଥିବା ବେଳେ ତାଙ୍କର ୮ ବର୍ଷ ହେବ ଚିକତ୍ସା ଚାଲିଥିଲା। ମଝିରେ ମଝିରେ ନିଜ ଭଉଣୀ, ପତ୍ନୀ ଆଦିଙ୍କୁ ମାରଧର କରୁଥିବା ନେଇ ମଧ୍ୟ ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, କିଛି କାରଣ ନ ଥାଇ ହଠାତ୍ ତାଙ୍କ ଭଉଣୀଙ୍କୁ ବାହାରକୁ ପଠାଇ ଦେଇଥିଲେ। ପରେ ଗ୍ରୀଲ ତାଲା ପକାଇ ପତ୍ନୀଙ୍କୁ ଆକ୍ରମଣ କରିଥିଲେ। ସୂଚନା ଅନୁଯାୟୀ, ବନସ୍ମିତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ। ସର୍ବେଶ୍ୱରଙ୍କ ଘର ମଧ୍ୟ ସେହି ରାଜନଗର ଥାନା ଅଞ୍ଚଳରେ। ସର୍ବେଶ୍ୱରଙ୍କ ବାପା ଶଶିକାନ୍ତ ପ୍ରଧାନ ଠିକାଦାର। ସେ ବ୍ରିଟ କଲୋନିରେ ନିଜ ଘର କରି ପରିବାର ସହ ରହୁଛନ୍ତି। ଦୀର୍ଘ ଦିନ ହେବ ସେମାନେ ଏଠାରେ ରହୁଛନ୍ତି। ଅଭିଯୁକ୍ତ ସର୍ବେଶ୍ୱର ତାଙ୍କ ବଡ଼ ପୁଅ ବୋଲି ଜଣାପଡିଛି। ସେପଟେ ବନସ୍ମିତାଙ୍କ ପରିବାର ଲୋକ ଆଣିଛନ୍ତି ସାଂଘାତିକ ଅଭିଯୋଗ। ୨ ଲକ୍ଷ ଟଙ୍କା ପାଇଁ ଝିଅକୁ ଜ୍ୱାଇଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ୱାର କଳହ ଲାଗି ରହୁଥିବା ପରିବାର କହୁଛି। ସର୍ବେଶ୍ୱର ମାନସିକ ରୋଗୀ ନଥିଲେ ବୋଲି ମଧ୍ୟ ମୃତକଙ୍କ ପରିବାର ସ୍ପଷ୍ଟ କରିଛନ୍ତି। ଗାଁରୁ ଡକାଇ ଷଡଯନ୍ତ୍ର କରି ବନସ୍ମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ଘଟଣାକୁ ନେଇ ମୃତକଙ୍କ ପରିବାର ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଘଟଣା ପରେ ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଥାନାକୁ ନେଇ ପଚରାଉଚରା କରୁଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଘଟଣାରେ ବ୍ୟବହୃତ ତାୱାକୁ ଜବତ କରିଥିବା ସୂଚନା ମିଳିଛି।ତେବେ ଏହା ଯୋଜନାବଦ୍ଧ ହତ୍ୟା ନା ହଠାତ୍ ଘଟିଥିବା ଘରୋଇ କଳହରୁ ଏଭଳି ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। ପୋଲିସର ତଦନ୍ତ ପରେ ହିଁ ହତ୍ୟାକାଣ୍ଡର ପ୍ରକୃତ କାରଣ ସାମ୍ନାକୁ ଆସିବ।
