ବାହାହେବାକୁ ମନା କରିବାରୁ ମାରିକି ବୁଦାମୂଳକୁ ଫିଙ୍ଗିଦେଲା
ଅଭିଯୁକ୍ତ ଇଶାନ ଖାନ ମୃତକଙ୍କ ସହ ବିବାହ କରିବାକୁ ଚାପ ପକାଉଥିଲେ। ହେଲେ ଯୁବତୀ ରାଜି ହେଉନଥିଲେ। ଏହାକୁ ନେଇ ଅନେକ ଥର ଧମକ ଦେଇଥିଲା ଇଶାନ। ଅଗଷ୍ଟ ୩୦ ରାତିରେ ଇଶାନର କାର ଯୁବତୀ ଘର ପାଖରେ ବୁଲୁଥିଲା

ବିବାହ କରିବାକୁ ମନା କରିଦେବାରୁ ମର୍ଡର। ହତ୍ୟା କରି ଶବକୁ ବୁଦାମୂଳକୁ ଫିଙ୍ଗିଦେଲା। ଗ୍ୱାଲିଅରରେ ୧୬ ବର୍ଷୀୟା ନାବାଳିକା ଛାତ୍ରୀ ମୃତ୍ୟୁ ମାମଲାରେ ପୁଲିସ ୧୨ ଘଣ୍ଟା ଭିତରେ ଖୁଲାସା କରିଛି। ମୁଖ୍ୟ ଅଭିଯୁକ୍ତ ଇଶାନ ଖାନ୍ ଓ ତା ସାଥୀ ଅରବାଜ ଖାନକୁ ପୁଲିସ ଗିରଫ କରିଛି। ଘଟଣାରେ ବ୍ୟବହୃତ ବଲେନୋ କାର କୁ ବି ସିଜ୍ କରିଛି କମ୍ପୁ ପୁଲିସ। ଏକତରଫା ପ୍ରେମ ଓ ପରେ ବିବାହ କରିବାକୁ ଚାପରୁ ଇଶାନ ହତ୍ୟାକାରୀ ସାଜିଗଲା। ମୃତକ ଅଓ୍ୱାଡପୁରରେ ରହୁଥିଲେ। ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ। ଘରର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ନୟାବଜାରସ୍ଥିତ ମଣି ଶାଢ଼ୀୀ ଦୋକାନରେ କାମ କରୁଥିଲେ। ଅଗଷ୍ଟ ୩୦ ରବିବାର ସକାଳ ୯ଟାରେ ସେ ଦୋକାନକୁ ଯାଇଥିଲେ। କିନ୍ତୁ ରାତି ୮ଟା ଯାଏ ନ ଫେରିବାରୁ ଘର ଲୋକଙ୍କ ଚିନ୍ତା ବଢ଼ିଥିଲା। ଦୋକାନ ମାଲିକ କହିଥିଲେ, ସେ ବହୁ ପୂର୍ବରୁ ଦୋକାନରୁ ବାହାରି ସାରିଥିଲେ। ସମ୍ପର୍କୀୟ ବହୁ ଖୋଜାଖୋଜି ପରେ କମ୍ପୁ ଥାନାରେ ନିଖୋଜ ଏତଲା ଦେଇଥିଲେ। ଅଗଷ୍ଟ ୩୧ ସୋମବାର ସକାଳେ ଯୁବତୀଙ୍କ ଶବ କେଂସର ପାହାଡ଼ ବୁଦାମୂଳେ ଠାବ କରାଯାଇଥିଲା। ଫରେନସିକ ଟିମ୍ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଶବ ବ୍ୟବଛେଦ ଲାଗି ପଠାଇଦେଇଛି ପୁଲିସ। ଅଭିଯୁକ୍ତ ଇଶାନ ଖାନ ମୃତକଙ୍କ ସହ ବିବାହ କରିବାକୁ ଚାପ ପକାଉଥିଲେ। ହେଲେ ଯୁବତୀ ରାଜି ହେଉନଥିଲେ। ଏହାକୁ ନେଇ ଅନେକ ଥର ଧମକ ଦେଇଥିଲା ଇଶାନ। ଅଗଷ୍ଟ ୩୦ ରାତିରେ ଇଶାନର କାର ଯୁବତୀ ଘର ପାଖରେ ବୁଲୁଥିଲା। ପରିବାର ଲୋକେ ଇଶାନ ଉପରେ ସନ୍ଦେହ କରି ଅଭିଯୁକ୍ତର ମୋବାଇଲକୁ ପୁଲିସକୁ ହସ୍ତାନ୍ତର କରିଥିଲେ। ଯେଉଁଥିରେ ଦୁହିଁଙ୍କ ଭିତରେ ଅଡ଼ିଓ ଓ ଓ୍ୱାଟସଆପ୍ ଚାଟ୍ ଥିଲା। ଜେରା ପରେ ଇଶାନ କହିଥିଲା ଯେ, ଅଗଷ୍ଟ ୩୦ ସଂଧ୍ୟା ୬ଟାରେ ସେ ନିଜର ପରିଚିତ ଲୋକଙ୍କଠୁ ଏକ ବଲେନୋ କାର୍ ମଗାଇଥିଲେ। ଶାଢ଼ୀ ଦୋକାନ ଆଗରେ ରେକି କରି ରାତି ପ୍ରାୟ ୯ଟାରେ କେଆରଡି କଲେଜ ପାଖରୁ ଯୁବତୀଙ୍କୁ ଜବରଦସ୍ତି କାରରେ ଉଠାଇନେଇଥିଲେ। କେଁସର ପାହାଡ଼କୁ ନେଇ ଗଳା ଚିପି ହତ୍ୟା କରି ରାତି ୧୧ଟାରେ କାର୍ ଫେରାଇଦେଇଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଆଗକୁ ତଦନ୍ତ ଜାରି ରହିବ ବୋଲି କହିଛି ପୁଲିସ।
