Los Angels Helicaptor Crash:ଦୁର୍ଘଟଣାର ଲାଇଭ କଭରେଜ ବେଳେ ହେଲିକପ୍ଟର କ୍ରାସ୍..
କ୍ରାସ ପରେ ହେଲିକପ୍ଟର ସେଠାରେ ଛିଡ଼ା ହୋଇଥିବା ଦୁଇଟି ସିପିଂ କଣ୍ଟେନର ଓ ଅନେକ ଗାଡ଼ି ଉପରେ ପଡ଼ିଥିଲା। କ୍ରାସ ପରେ ଭୀଷଣ ନିଆଁ ଲାଗିଯାଇଥିଲା। ଯେଉଁଠି ମେଟ୍ରୋ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଇଠି ହିଁ କ୍ରାସ କରିଗଲା ହେଲିକପ୍ଟର।

ବସ ଦୁର୍ଘଟଣାର ଲାଇଭ କଭରେଜ ବେଳେ ଟିଭି ନ୍ୟୁଜର ହେଲିକପ୍ଟର କ୍ରାସ୍। ୩ ଜଣଙ୍କ ମୃତ୍ୟୁ। ଲସ ଏଞ୍ଜେଲ୍ସରେ ସୈନ ଫର୍ଣ୍ଣାଣ୍ଡୋରେ ଏହି ନ୍ୟୁଜ ହେଲିକପ୍ଟର କ୍ରାସ କରିଯାଇଛି। କିଛି ସମୟ ପୂର୍ବରୁ ସେହି ସ୍ଥାନରେ ମେଟ୍ରୋ ବସର ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏହାର ଲାଇଭ କଭରେଜ ଲାଗି ଟିଭି ଚାନେଲ ହେଲିକପ୍ଟର ବ୍ୟବହାର କରିଥିଲା। କ୍ରାସ ପରେ ହେଲିକପ୍ଟର ସେଠାରେ ଛିଡ଼ା ହୋଇଥିବା ଦୁଇଟି ସିପିଂ କଣ୍ଟେନର ଓ ଅନେକ ଗାଡ଼ି ଉପରେ ପଡ଼ିଥିଲା। କ୍ରାସ ପରେ ଭୀଷଣ ନିଆଁ ଲାଗିଯାଇଥିଲା। ଯେଉଁଠି ମେଟ୍ରୋ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଇଠି ହିଁ କ୍ରାସ କରିଗଲା ହେଲିକପ୍ଟର। ଏକ କାର ସହ ମେଟ୍ରୋ ବସର ଧକ୍କାରୁ ୨ଜଣଙ୍କ ମୃତ୍ୟୁ ସହ ୬ ଜଣ ଗୁରୁତର ଆହତ ହୋଇଥିଲେ। ଆଉ ହେଲିକପ୍ଟରରେ ଏହାର ଲାଇଭ କଭରେଜ ବେଳେ ଏଭଳି ଅଭାବନୀୟ ଘଟଣା ଘଟିଗଲା। ହେଲିକପ୍ଟରଟି ଏକ ପାର୍କିଂ ଏରିଆରେ ପଡ଼ିଥିଲା। ଏହି ପାର୍କିଂ ଏରିଆ ଏକମହଲା ବିଶିଷ୍ଟ କୋଠାରେ ତିଆରି ହୋଇଥିଲା। ହେଲିକପ୍ଟର କ୍ରାସ ପରେ ୫୦ରୁ ଅଧିକ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା। ନିଆଁରେ ୪ଟି ଗାଡ଼ି ଓ ୨ଟି କଣ୍ଟେନର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି। ହେଲିକପ୍ଟର ଦୁର୍ଘଟଣାର ଯାଞ୍ଚ ଆମେରିକୀୟ ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ ଓ ସଂଘୀୟ ବିମାନ ପ୍ରଶାସନ କରିବ। ଦୁର୍ଘଟଣା ପଛର କାରଣକୁ ଖୋଜିବାକୁ ଏହି ଦୁଇ ଏଜେନ୍ସି NTSB ଏବଂ FAA କରିବ।
